ଅଖିଳ ଭାରତୀୟ ଆଦିବାସୀ ମହାସଭା ପକ୍ଷରୁ ଦାବିପତ୍ର ପ୍ରଦାନ

0
37

ଟିଟିଲାଗଡ଼,୧୪/୦୬/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ଅଖିଳ ଭାରତୀୟ ଆଦିବାସୀ ମହାସଭା ପକ୍ଷରୁ ବିଭିନ୍ନ ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ସଂଘର ଆହ୍ଵାନରେ ବହୁସଂଖ୍ୟାରେ ଆଦିବାସୀ ଏକତ୍ରିତ ହୋଇ ସ୍ଥାନୀୟ ବସ ଷ୍ଟେସନ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ସଂଘ ପକ୍ଷରୁ ପକ୍ଷରୁ ୧୧ ଦଫା ସମ୍ମିଳିତ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସହାୟକ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାରଙ୍କୁ ପ୍ରଦାନ କରାଯାଇଥିଲା । ସଂଘର ଦାବୀ ଗୁଡ଼ିକ ମଧ୍ୟରେ ୧୯୫୬ ରୁ୨୦୦୦ ମସିହା ମଧ୍ୟରେ ପୁଞ୍ଜିପତି ଓ ଅଣଆଦିବାସୀଙ୍କ ଦଖଲରେ ଥିବା ଆଦିବାସୀ ଜମି ଫେରସ୍ତ କରାଯିବା, ଆଦିବାସୀ ଜଙ୍ଗଲ ଅଧିକାର ସୀକୃତି ନିୟମାବଳୀ ୨୦୦୮ କାର୍ଯ୍ୟକାରୀ କରିବା, ଭୂମିହୀନ ଆଦିବାସୀଙ୍କୁ ୪ ଡିସିମିଲ ପଟ୍ଟା ଯୋଗାଇଦେବା, ୧୯୮୦ ମସିହା ଜଙ୍ଗଲ ଜନବସତିକୁ ରାଜସ୍ୱ ଗ୍ରାମ ଘୋଷଣା କରାଯିବା, ୬୦ ବର୍ଷ ପରେ ଶ୍ରମିକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ, ଦିବ୍ୟାଙ୍ଗ ଓ ବାର୍ଦ୍ଧକ୍ୟ ଭତ୍ତା ସିଧାସଳଖ ପ୍ରଦାନ କରାଯିବା, ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା ଯୋଗାଇଦେବା, ପ୍ରଧାନମନ୍ତ୍ରୀ ଆବାସ ଅନୁଦାନ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା, କୃଷକଙ୍କୁ ସୁଲଭ ମୂଲ୍ୟରେ ବିହନ, କୀଟନାଶକ ଯୋଗାଇ ଦେବା, ଆୟୁଷ୍ମାନ କାର୍ଡରେ ପରିବାରର ସମସ୍ତ ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରିବା, ଖାଦ୍ୟ ସୁରକ୍ଷା ଯୋଜନାରେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରାଯିବା ଆଦି ପ୍ରମୁଖ ଦାବୀ ରହିଛି । କାର୍ଯ୍ୟକ୍ରମରେ ପୁରୁଷୋତ୍ତମ କୁଅଁର, ପାଣ୍ଡବ ଭୋଇ, ଅନାଦି ମାଝୀ, ଲୟକର ଛତ୍ରିଆ, ସଞ୍ଜୟ ସୁନାନି, ସୁଶିଲ ଭୋଇ ପ୍ରମୁଖଙ୍କ ସହ ବହୁ ଆଦିବାସୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here