ଟିଟିଲାଗଡ଼ (ଜେଏନ୍ଏସ୍), ଗୁରୁବାର ପବିତ୍ର ସାବିତ୍ରୀବ୍ରତ ପାଳନ ଅବସରରେ ସାରା ରାଜ୍ୟ ଉତ୍ସବମୁଖର ଥିବାବେଳେ ସ୍ଵାମୀ ହତ୍ୟାକାରୀ ସ୍ତ୍ରୀ ଜେଲ ଯିବା ଘଟଣା ଟିଟିଲାଗଡ଼ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ ଟିଟିଲାଗଡ଼ ଥାନା ଅନ୍ତର୍ଗତ ଥୁବଡିଙ୍ଗ ଗ୍ରାମ ନିବାସୀ ଦୁର୍ବଳ ମାଝୀଙ୍କ ପୁତ୍ର ସୂର୍ଯ୍ୟମଣି ମାଝୀ ବିଜେପୁର ଧାନ ମଣ୍ଡିରେ ପିଅନ ଭାବରେ କାର୍ଯ୍ୟରତ ଥିଲେ । ବୁଧବାର ଦିନ ୧୨.୩୦ ଘଣ୍ଟା ସମୟରେ ସେ ମଣ୍ଡିରୁ ମଧ୍ୟାହ୍ନ ଭୋଜନ ପାଇଁ ନିଜ ବାଇକ ଯୋଗେ ଘରକୁ ଯାଉଥିବା ବେଳେ ଘୁଘୁରପଲା ଗ୍ରାମ ଛକ ଠାରେ ୨ ଜଣ ବ୍ୟକ୍ତି ତାଙ୍କୁ ଅତର୍କିତ ଭାବରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ।ପରିବାର ସଦସ୍ୟ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ଡାକ୍ତରଖାନାକୁ ଆଣିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା।

ପରିବାର ସଦସ୍ୟଙ୍କ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ପୁଲିସ ତଦନ୍ତରେ ଏହି ହତ୍ୟାକାଣ୍ଡର ମୁଖ୍ୟ କାରଣ ଅନୈତିକ ପ୍ରେମସମ୍ପର୍କ ଓ ମୁଖ୍ୟ ମାଷ୍ଟର ମାଇଣ୍ଡ ମୃତକଙ୍କ ସ୍ତ୍ରୀ ପ୍ରମୋଦିନୀ ମାଝୀ ବୋଲି ଜଣାପଡିଥିଲା । ପ୍ରମୋଦିନୀଙ୍କ ଓ ତାଙ୍କ ପୈତୃକ ଗାଁ ଜଲିଆର ଯୁଧିଷ୍ଠିର ପଟେଲ (୨୮) ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା।






