କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ, ଅନ୍ତର୍ଘାତୀ ଦଳୀୟ ନେତା ଯୋଗୁଁ ବିଜେଡିର ପରାଜୟ

0
65

 

ବଲାଙ୍ଗିର(ଜେଏନ୍ଏସ୍) ୧୫/୬, ଅବିଭକ୍ତ ବଲାଙ୍ଗିର ଜିଲ୍ଲାରେ ବିଜେପିର ବାଜିମାତ ହୋଇଛି । ବିଜେପିଦଳକୁ ସଂଗଠିତ ନୁହେଁ ବୋଲି ବିଜେଡି ସବୁବେଳେ ତାତ୍ସଲ୍ୟ କରିଆସୁଥିଲା । ତେବେ ଗତ ୨୦୧୭ ମସିହାରେ ବିଜେପି ଦଳ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତାର ଝଲକ ଦେଖାଇ ସାରିଥିଲା । ଏବେ ପୁଣି ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ସୁନାମୀ ଆଣିଦେଲା । କିନ୍ତୁ ଲୋକଙ୍କୁ ସବୁଠୁ ବେଶି ଆଶ୍ଚର୍ଯ୍ୟ କରିଛି ଓଡିଶାର ଅପରାଜେୟ ନେତା ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଆସନରୁ ପରାଜୟ ଘଟଣା । ୧୯୯୭ ମସିହାଠାରୁ ଆଜି ପର୍ଯ୍ୟନ୍ତ ବିଜେଡିର ସଭାପତି ତଥା ୨୦୦୦ ମସିହାରୁ ଜଣେ ଅପ୍ରତିଦ୍ୱନ୍ଦି ନେତା ରହି ଆସିଥିବା ନବୀନ ପଟ୍ଟନାୟକ ଶେଷରେ ଜଣେ ସାଧାରଣ ପିଲା ହାତରେ ଶୋଚନୀୟ ପରାଜୟ ବରଣ କରିବେ ଏହା ଓଡିଶାର କେହି ମଧ୍ୟ ବିଶ୍ୱାସ କରିପାରୁନାହାଁନ୍ତି । କେବଳ ସେତିକି ନୁହେଁ ୧୭ ହଜାରରୁ ଅଧିକ ଭୋଟରେ ନବୀନ ପଟ୍ଟନାୟକ ଲକ୍ଷ୍ମଣ ବାଘଙ୍କ ଠାରୁ ହାରିଛନ୍ତି । ଏହାକୁ ନେଇ ବିଜେଡି ଦଳରେ ତର୍ଜମା ଚାଲିଛି । ବଲାଙ୍ଗିର ଲୋକସଭା କ୍ଷେତ୍ରରେ ବିଜେପିର ୪ଥରର ସାଂସଦ ଜିଣିଥିବା ସଂଗୀତାକୁମାରୀ ସିଂଦେଓ ଚଳିତଥର ପୁଣି ୧ଲକ୍ଷ୨୯ ହଜାର ଭୋଟରେ ବିଜୟୀ ହୋଇଛନ୍ତି । ଏହି ସଂସଦୀୟ କ୍ଷେତ୍ରର ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ୫ଟିରେ ବିଜେପିର ପ୍ରାର୍ଥିମାନେ ବିଜୟୀ ହୋଇଛନ୍ତି । ବୀରମହାରାଜପୁରରେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ଟିଟିଲାଗଡ଼ରେ ଜଳସଂମ୍ପଦ ଓ ପରିବହନମନ୍ତ୍ରୀ ଟୁକୁନୀ ସାହୁ ଓ ପାଟଣାଗଡରେ ବିଜେଡିଦଳର ଉପମୁଖ୍ୟସଚେତକ ସରୋଜ ମେହେର ହାରିଯାଇଛନ୍ତି । ମୋଟା ମୋଟି ଭାବରେ ଦେଖିଲେ ବଲାଙ୍ଗୀର ଜିଲ୍ଲାରେ ବିଜେଡି ସଂଗଠନ ଦୁର୍ବଳ ହୋଇପଡିଛି । ଜିଲ୍ଲାସଭାପତିଥିବା ଟୁକୁନୀ ସାହୁ କେବେ ମଧ୍ୟ ଜିଲ୍ଲା ସଂଗଠନକୁ ଧ୍ୟାନଦେଲେ ନାହିଁ । ସେପଟେ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳି ହେଉଛି ଏକ ଦାଦନପ୍ରବଣ ଅଞ୍ଚଳ । ଏହି ଅଞ୍ଚଳର ବିକାଶ ପାଇଁ ନବୀନ ସରକାର କୌଣସି ପଦକ୍ଷେପ ନେଇନାହାଁନ୍ତି । ବରଂ କେନ୍ଦ୍ରର ମୋଦୀ ସରକାର ୨୪୪ କୋଟି ଟଙ୍କାର ଏକ ରେଳୱାଗନ ଫେକ୍ଟ୍ରୀ କରିବାକୁ ଅର୍ଥ ମଞ୍ଜୁର କରିଥିବା ସୂଚନା ରହିଛି । ତେବେ ଦଳର  କିଛି ଅନ୍ତର୍ଘାତୀ ଦଳୀୟ ନେତାଙ୍କ ଯୋଗୁଁ ବିଜେଡିର ପରାଜୟ ଘଟିଥିବା କୁହାଯାଉଛି । 

LEAVE A REPLY

Please enter your comment!
Please enter your name here