ଖୋଲାନ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଫାର୍ମାସିଷ୍ଟଙ୍କ ଅକାଳ ବିୟୋଗ

0
60

ଟିଟିଲାଗଡ଼ (ଜେଏନ୍ଏସ୍ )୧୧/୬, ଟିଟିଲାଗଡ଼ ଥାନା ଅନ୍ତର୍ଗତ ଖୋଲାନ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟ ଭାବରେ କାର୍ଯ୍ୟରତ ବୀର କିଶୋର ବେହେରା (୪୯)ଙ୍କ ଅକାଳ ବିୟୋଗ ଘଟିଛି । ସ୍ଵର୍ଗତ ବେହେରା କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ସମୟରେ ହଠାତ ଟଳି ପଡ଼ିଥିଲେ । ସେଠାରେ ଉପସ୍ଥିତ ସହଯୋଗୀ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଙ୍କ ନିକଟକୁ ନେଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଟିଟିଲାଗଡ଼ ପୁଲିସ ପହଞ୍ଚି ଶବ ଜବତ କରିବା ସହ ଟିଟିଲାଗଡ଼ ଆଣି ବ୍ୟବଚ୍ଛେଦ କରାଇଛି । ମୃତ୍ୟୁର କାରଣ ହୃଦଘାତ ହୋଇଥିବା ଅନୁମାନ କରାଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି । ସ୍ଵର୍ଗତ ବେହେରାଙ୍କ ସ୍ତ୍ରୀ ଓ ୨ ପୁଅ ଅଛନ୍ତି। କିଶୋରଙ୍କ ହଠାତ୍ ବିୟୋଗରେ ବିଭାଗୀୟ କର୍ମଚାରୀ ତଥା ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here