ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ,୨ ଗିରଫ

ଟିଟିଲାଗଡ,୨୬,୧୦(ଜେଏନଏସ),ଟିଟିଲାଗଡ ପୁଲିସ ସ୍ଥାନୀୟ ରେଳବାଇ କଲୋନୀ ନିକଟରୁ ଚୋରା ଚାଲାଣ ହେବାକୁ ଥିବା ୨୪ କେଜି ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିବା ସହ ସଂପୃକ୍ତ ୨ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି।ସୂଚନା ଅନୁଯାୟୀ ସହରର ଶିରଭଟ୍ଟା ପଡ଼ା ରେଳବାଇ କଲୋନୀ ନିକଟ ରେ ଗଞ୍ଜେଇ ବ୍ୟବସାୟୀ ମାନେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ ବିଶ୍ଵସ୍ତ ସୂତ୍ର ରୁ ପୁଲିସ ସୂଚନା ପାଇଥିଲା।ଥାନା ଅଧିକାରୀ କଲ୍ୟାଣୀ ବେହେରା ଏକ ଟିମ ସହ ଆରପିଏଫ ଓ ଜିଆରପି ପୁଲିସ ସହାୟତା ରେ ଘଟଣା ସ୍ଥଳରେ ଚଢାଉ କରିଥିଲେ।ସେଠାରେ ସନ୍ଦେହ ଜନକ ଅବସ୍ଥାରେ ଥିବା ୨ ଜଣ ଙ୍କୁ କାବୁ କରିବା ସହ ସେମାନେ ଧରିଥିବା ୨ ଟି ବସ୍ତା ଓ ଗୋଟିଏ ଏୟାର ବ୍ୟାଗ ରୁ ଗଞ୍ଜେଇ ଜବତ କରିଥିଲେ। ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ସହାୟକ ଜିଲ୍ଲାପାଳ ହରେକୃଷ୍ଣ ମେହେର ଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇ ଓଜନ କରାଯାଇଥିବା ବେଳେ ତାହା ୨୪ କେଜି ୭୦୦ ଗ୍ରାମ ଥିବା ଓ ଏହା ର ମୂଲ୍ୟ ଅଢେଇ ଲକ୍ଷ ଥିବା ଆକଳନ ହୋଇଥିଲା। ଗିରଫ ଅଭିଯୁକ୍ତ ଦ୍ବୟ କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଗଉଡପଡ଼ା ର ବିଦ୍ୟୁତ ହଂସ ଓ ମାଝୀ ପଡ଼ା ର ତେଜରାଜ ମାଝୀ ବୋଲି ପୁଲିସ ସୂଚନା ଦେଇଛି।ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଥିବା ଜଣାପଡିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles