ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଶୋକସଭା

0
76

ଟିଟିଲାଗଡ଼ (ଜେଏନ୍ଏସ୍), ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବିଜେପୁର ଶାଖା ପକ୍ଷରୁ ସ୍ୱର୍ଗତଃ ସୂର୍ଯ୍ୟମଣି ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଶୋକସଭାରେ ବିଜେପୁର, ବାଞ୍ଜିପଦର୍ ଓ ଲୁଥୁରବନ୍ଧ ଗ୍ରାମପଞ୍ଚାୟତର ଶତାଧିକ କର୍ମକର୍ତ୍ତା ଯୋଗଦେଇ କିଛିଦିନ ପୂର୍ବରୁ ହତ୍ୟାର ଶିକାର ହୋଇଥିବା ସୂର୍ଯ୍ୟମଣିଙ୍କ ସ୍ମୃତି ଚାରଣ କରିଥିଲେ ।କାର୍ଯ୍ୟକ୍ରମରେ ଆଦିବାସୀ କଲ୍ୟାଣ ସଂଘର ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ଜିଲ୍ଲା ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା, ସୁନିଲ ମାଝୀ, ନିତ୍ୟାନନ୍ଦ ମାଝୀ, ଚୂଡ଼ାମଣି ମାଝୀ, ସୁବାସ ଭୋଇ, ଡୋଳାମଣି ଝଙ୍କାର, ରୋହିତ ଝାଙ୍କର, ଲମ୍ବୋଦର ଭୋଇ, ପୃଥୀରାଜ୍ ମାଝୀ, ଲକ୍ଷ୍ମଣ ମାଝୀ, ପିତାମ୍ବର ମାଝୀ, ପରମବ୍ରହ୍ମ ମାଝୀ, ପରମା ଝାଙ୍କର ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here