ଟିଟିଲାଗଡ ରେ ରାଜସ୍ବ ଅମଲା ଙ୍କ ଧାରଣା

ଟିଟିଲାଗଡ,୧୧/୮ (ଜେଏନଏସ)ଓଡ଼ିଶା ରାଜସ୍ବ ଅମଲା ସଂଘ ର ନିଷ୍ପତ୍ତି କ୍ରମେ ସୋମବାରଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ସମସ୍ତ ରାଜସ୍ୱ ଅମଲା ସାମୁହିକ ଛୁଟି ନେବା ସହ ଆନ୍ଦୋଳନ କୁ ଓହ୍ଲାଇଛନ୍ତି।ଏହିପରିପ୍ରେକ୍ଷୀ ରେ ଟିଟିଲାଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ସଂଘ ଉପସଭାପତି ପରଶୁରାମ ନାୟକ ଙ୍କ ନେତୃତ୍ୱରେ ଅମଲାମାନେ ଧାରଣା ପ୍ରଦର୍ଶନ କରିଥିଲେ।ସଂଘର ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ଓଆରଏସପି-୨୦୧୭ ନିୟମ ଅନୁଯାୟୀ ଲେବଲ -୯କୁ ବୃଦ୍ଧି କରାଇବା, ଜିଲ୍ଲାପାଳ ଙ୍କ ଦ୍ଵାରା ପ୍ରଦତ୍ତ ତଥ୍ୟ ଆଧାର କରି ନୁଆ ପଦ ସୃଷ୍ଟି ଓ ପଦ ପୁନର୍ଗଠନ କରାଯିବା,କର୍ମଚାରୀ ଙ୍କ ପାଇଁ ୨୦ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ଲାଗୁ କରାଯିବା ଆଦି ପ୍ରମୁଖ ଦାବୀ ସହ ୧୦ ଦଫା ସମ୍ବଳିତ ଦାବୀ ରହିଛି।ଧାରଣା ପ୍ରଦର୍ଶନ ରେ ମାଧୁରୀ ପଟ୍ଟନାୟକ,ଅନୁ ତ୍ରିପାଠୀ,ବିଭୂତି ସେଠ,ଦୟା ମହାପାତ୍ର,ସୁନିଲ କୁମାର ତାଣ୍ଡି,ରଶ୍ମି ବେହେରା ପ୍ରମୁଖ ଙ୍କ ସହ ବହୁ ଅମଲା ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles