ଡକାୟତି,ଅପହରଣ ଓ ଦୁଷ୍କର୍ମ ମାମଲା ରେ ଫେରାର ଅଭିଯୁକ୍ତ ଗିରଫ,ନାବାଳିକା ଉଦ୍ଧାର

ଟିଟିଲାଗଡ଼,୧୧/୧୧(ଜେଏନଏସ), ଟିଟିଲାଗଡ ପୁଲିସ ସ୍ଥାନୀୟ ରେଳ ଷ୍ଟେସନ ପରିସରରୁ ଡକାୟତି,ଅପହରଣ ଓ ଦୁଷ୍କର୍ମ ଭଳି ସଙ୍ଗୀନ ମାମଲାରେ ଫେରାର ଥିବା ପେଶାଦାର ଅପରାଧୀ ଆନନ୍ଦ ଦାସ ଓରଫ ଛୋଟୁ(୨୮) କୁ ଗିରଫ କରିଛି।ଏଥିସହ ଅପହୃତା ନାବାଳିକା କୁ ଉଦ୍ଧାର କରିବାରେ ସଫଳ ହୋଇଛି।ଘଟଣା କୁ ନେଇ ଟିଟିଲାଗଡ ପୁଲିସ ମଙ୍ଗଳବାର ଥାନା ପରିସରରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ପ୍ରଦାନ କରିଛି।ସୂଚନା ଅନୁଯାୟୀ କିଛିଦିନ ପୂର୍ବରୁ ସହରର ସର୍ଗୀଗୁଡ଼ା ମେହେରପଡ଼ା ର ଏକ ନାବାଳିକା ଅପହୃତ ହୋଇଥିବା ନେଇ ପରିବାର ସଦସ୍ୟ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ପୁଲିସ ତଦନ୍ତ ରେ ସଂପୃକ୍ତ ଘଟଣାରେ ସହରର ନୀଳଚକ୍ର ନଗର ନିବାସୀ ପେଶାଦାର ଅପରାଧୀ ଛୋଟୁ ର ସଂପୃକ୍ତି ଥିବା ଜାଣିବାକୁ ପାଇଥିଲା।ସେହିପରି ଗତ ମାସ ୨୨ ତାରିଖରେ ଟିଟିଲାଗଡ଼ ସହରର ଏକ୍ସିସ୍ ବ୍ୟାଙ୍କରୁ ଟଙ୍କା ଉଠାଣ କରି ଯାଉଥିବା ଜଣେ ପଞ୍ଚାୟତ କର୍ମଚାରୀଙ୍କ ଠାରୁ ୯ ଲକ୍ଷ ୭୫ ହଜାର ୮ ଶହ ଟଙ୍କା ଲୁଟ ଘଟଣାରେ ମଧ୍ୟ ଛୋଟୁ ର ସଂପୃକ୍ତି ରହିଥିବା ବେଳେ ସେ ଫେରାର ଥିଲା। ଉଦ୍ଧାର ନାବାଳିକା କୁ ପୁଲିସ ପରିବାର ସଦସ୍ୟ ଙ୍କୁ ହସ୍ତାନ୍ତର କରିଥିବା ବେଳେ ଅଭିଯୁକ୍ତ ବିରୁଦ୍ଧରେ ପୋସ୍କୋ ଆକ୍ଟରେ ମାମଲା ରୁଜୁ ସହ କୋର୍ଟ ଚାଲାଣ କରିଛି।ଏଥିସହ ଅଭିଯୁକ୍ତ ଠାରୁ ନଗଦ ୭୭୦୫ ଟଙ୍କା,ଏକ ଛୁରୀ,ଭଙ୍ଗା ବିଅର ବୋତଲ, ଦୁଇଟି ମୋବାଇଲ ଫୋନ ଓ ଏକ ବାଇକ ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ଏସଡ଼ିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ ଓ ଆଇଆଇସି କଲ୍ୟାଣୀ ବେହେରା ସୂଚନା ଦେଇଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles