ବଲାଙ୍ଗୀର ସହରର ଐତିହାସିକ ମହାରାଣୀ ସାଗରର ଉନ୍ନୟନକାମର ସମୀକ୍ଷାକଲେ କଳିକେଶ

0
78

ବଲାଙ୍ଗୀର (ଜେଏନଏସ)୧୩/୬, ବଲାଙ୍ଗୀର ସହରର ସର୍ବପୁରାତନ ମହାରାଣୀସାଗରର ଉନ୍ନୟନକାମ ଚାଲୁରହିଛି । ପ୍ରାୟ ୧୨କୋଟି ଟଙ୍କାର ଅମୃତ ୨.୦ ଯୋଜନାର ଅନୁଦାନରେ ଚାଲିଥିବା ଏହି କାମର ସ୍ଥିତି କଣ ରହିଛି ତାହାର ତଦାତଖ କରିବାକୁ ଆଜି ବଲାଙ୍ଗୀର ନବନିବର୍ବାଚିତ ବିଧାୟକ କଳିକେଶ ନାରାୟଣ ସିଂଦେଓ ପହଞ୍ଚିଥିଲେ । ସେଠାରେ ମାଟି ଉନ୍ନତିକରଣ କାମ ଦେଖିବା ସହିତ ବର୍ଷା ପୂର୍ବରୁ ମାଟିକାମ ସାରି ବର୍ଷାପାଣିର ଇନଫ୍ଲୋ(ଆଗମନ) ଓ ଆଉଫ୍ଲୋ(ନିର୍ଗମନ) କିଭଳି ଠିକ୍ ରେ ହେବ ସେନେଇ ପଦକ୍ଷେପ ନେବାକୁ ଉପସ୍ଥିତ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ବର୍ଷା ସମୟରେ ସ୍ଥାନୀୟ ଲୋକଙ୍କର ଯେଭଳି ଅସୁବିଧା ନ ହୁଏ ସେଥିପ୍ରତି ଯତ୍ନବାନ ହେବାକୁ କହିଥିଲେ । ସ୍ଥାନୀୟ ଲୋକମାନେ ମଧ୍ୟ ଆସି କାମ ଉପରେ କଳିକେଶଙ୍କ ସହ ଆଲୋଚନା କରିଥିଲେ । ଏବେ ମହରାଣୀ ସାଗରରେ ଚାରିକଡ଼େ ଏକ ଡ୍ରେନ ସହିତ ରାସ୍ତାକାମ ଚାଲିଛି । ବାହାରରୁ ଆସୁଥିବା ପଡ଼ାମାନଙ୍କର ଡ୍ରେନପାଣି କିଭଳି ମରାରାଣୀସାଗରରେ ନ ମିଶିବ ସେନେଇ ବାହାର ପଟେ ଡ୍ରେନନିର୍ମାଣ ଚାଲିଛି । ମହାରାଣିସାଗରର ସବୁ ଅଞ୍ଚଳରୁ ମାଟି ଓ ପଙ୍କ ଠିକରେ ନେବାକୁ ମଧ୍ୟ ବିଧାୟକ କଳିକେଶ କହିଥିଲେ । ମାଟିକାମ ପରେ ସୌନ୍ଦର୍ଯ୍ୟକରଣ କରାଯିବାକୁ ପ୍ରସ୍ତାବ ରହିଛି । ରୁଗୁଡ଼ିପଡ଼ା ଓ  ସାଗରପଡ଼ାଠୁ ନେଇ ଇଚ୍ଛାପଡ଼ା, ଇନ୍ଦିରା ନଗର ପର୍ଯ୍ୟନ୍ତ ସାଗରର କଡ଼େକଡ଼େ ଏକ ଚଉଡ଼ା ରାସ୍ତା ମଧ୍ୟ ନିର୍ମାଣ ଚାଲିଛି । ବିଧାୟକଙ୍କ ଏହି ସମୀକ୍ଷା ସମୟରେ ଏହି କାମର କନସଲଟେଣ୍ଟ କାର୍ତ୍ତିକ ସାହୁ ଓ ପୌରପାଳିକାର ଯନ୍ତ୍ରୀ ଇଂ.ପ୍ରଶାନ୍ତ ନାଏକ ଉପସ୍ଥିତ ରହି ବିଧାୟକଙ୍କୁ କାମ ବିଷୟରେ ଅବଗତ କରାଇଥିଲେ । ଏହି କାମକୁ ସ୍ଥାନୀୟ ଅଞ୍ଚଳର ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଜରିଆରେ କରାଯାଉଛି । ୧୧୦ଟି ସ୍ୱୟଂସହାୟିକା ଗୋଷ୍ଠୀର ମିଳିତ ଅନୁକୂଲ୍ୟରେ ମାଟିକାମ କରାଯାଉଛି । ଜେସିବି ଓ ହାଇୱା ଲଗାଇ ପୋତିହୋଇଥିବା ୬ଫୁଟର ପୁରାତନ ପଙ୍କ ଓ ମାଟି କଢାଯାଉଛି । ଆଗକୁ ହିଡଗୁଡିକର ସୌନ୍ଦର୍ଯ୍ୟକରଣ କରାଯିବାର ପ୍ରସ୍ତାବ ରହିଛି । ବିଧାୟକଙ୍କ ଏହି ସମୀକ୍ଷା ସମୟରେ ପୌରାଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ୧୮ନମ୍ବର ୱାର୍ଡର କାଉନସିଲର ଗଙ୍ଗାଧର ଚାନ୍ଦ, ସ୍ଥାନୀୟ ଅଞ୍ଚଳର ଓଁକାର ନାୟକ, ନରସିଂହ ବାଘ, ଶିବ ବେହେରା, ବନମାଳି ପୋଢ, ଦେବଦତ୍ତ ବେହେରା, ବିଭୁତିଭୁଷଣ ମିଶ୍ର ପ୍ରମୁଖଙ୍କ ସହ ଶତାଧିକ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ । 

LEAVE A REPLY

Please enter your comment!
Please enter your name here