ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପୁଲିସ ଡି.ଜି. ଅଫିସ ଘେରାଉ

0
93

ଟିଟିଲାଗଡ (ଜେଏନଏସ),ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ସୋମବାର ଯୁବମୋର୍ଚ୍ଚା ପକ୍ଷରୁ କଟକସ୍ଥିତ ପୁଲିସ ଡି.ଜି. କାର୍ଯ୍ୟାଳୟ ଘେରାଉ ହୋଇଛି । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରଞ୍ଜାମାଲ ପଞ୍ଚାୟତର ଧାନକୁଟା ଠାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଓ ତାଙ୍କ ସାଥୀଙ୍କୁ ବିଜେଡି କର୍ମୀ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ବର୍ତ୍ତମାନ ଶ୍ରୀ ପଣ୍ଡା ଏମ୍ସରେ ଚିକିତ୍ସିତ ଥିବାବେଳେ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ବିଜେପି ଯୁବମୋର୍ଚ୍ଚା ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ଡିଜି ଅଫିସ ଘେରାଉ କରିଛି । ଏହି ବିକ୍ଷୋଭ ପ୍ରଦର୍ଶନରେ ବିଜେପି ଯୁବମୋର୍ଚ୍ଚା ସଦସ୍ୟ ତଥା ଟିଟିଲାଗଡ ବିଜେପିର ଯୁବନେତା ଅମ୍ଳାନ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଶୁଭେନ ଆଚାର୍ଯ୍ୟ, ପ୍ରଦୀପ ନାରାୟଣ ଦାସ, ମଞ୍ଜିତ୍ ବରିହା, ପ୍ରଦୀପ ନାଗ, ଜଗଦୀଶ ରାଉତ ପ୍ରମୁଖ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭ ପ୍ରଦର୍ଶନ ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ଅମ୍ଳାନ ଷଡ଼ଙ୍ଗୀ  ଏମ୍ସକୁ ଯାଇ ଅଭିଳାଷଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ଵନ୍ଧରେ ବୁଝିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

LEAVE A REPLY

Please enter your comment!
Please enter your name here