ଚୋରା ଚାଲାଣ ବେଳେ ୧୨୦ ଲିଟର ବିଦେଶୀ ମଦ ଜବତ ୨ ଗିରଫ

0
36

ଟିଟିଲାଗଡ଼,୦୬.୦୪.୨୦୨୫ (ଜେ.ଏନ୍.ଏସ୍.),ଟିଟିଲାଗଡ଼ ଥାନା ଅନ୍ତର୍ଗତ ସିରୋଲ ଗ୍ରାମ ଠାରେ ବିପୁଳ ପରିମାଣରେ ବିଦେଶୀ ମଦ ବେଆଇନ ଚାଲାଣ ହେଉଥିବା ବେଳେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଟିଟିଲାଗଡ଼ ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ ବେଲପଦର ଗ୍ରାମର ବସନ୍ତ ଦୀପ(୩୭) ଓ କଳାକୁଞ୍ଜ ଦୀପ(୬୫) ଦୁଇଟି ବାଇକ ଯୋଗେ ବଙ୍ଗୋମୁଣ୍ଡାରୁ ୧୨୦ ଲିଟର ବିଦେଶୀ ମଦ ବେଲପଦରକୁ ଆଣୁଥିବା ବେଳେ ସିରୋଲ ଗ୍ରାମ ଠାରେ ପୁଲିସ ଉଭୟଙ୍କୁ କାବୁ କରିବା ସହ ୨ ବାଇକ ଓ ମଦ ଜବତ କରିଥିଲା । ଘଟଣାକୁ ନେଇ ଟିଟିଲାଗଡ଼ ଥାନାରେ ପୃଥକ ଭାବରେ ୨ଟି ମାମଲା ରୁଜୁ କରାଯାଇ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ କଲ୍ୟାଣୀ ବେହେରା ସୂଚନା ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here