ଟିଟିଲାଗଡ଼ ବ୍ଳକ ଶଗଡ଼ଘାଟ ପଞ୍ଚାୟତ ବାଞ୍ଜିଝାଲ ଗ୍ରାମରେ ନକଲି ନୋଟ କାରବାର ସମୟରେ ଅତର୍କୀତ ଭାବେ ଏସ୍.ଟି.ଏଫ୍. ଦଳ ଓ ସ୍ଥାନୀୟ ପୁଲିସ ଚଢଉ କରି ସ୍ଥାନୀୟ ରଘୁନାଥ ପଡ଼ା ବାସିନ୍ଦା ସ୍ୱର୍ଗତ ମହମ୍ମଦ ବସିରଙ୍କ ପୁଅ ମହମ୍ମଦ ସବୀର (୪୫) ଓ ସିକେର ଗ୍ରାମର ମେଘ ରାଉତଙ୍କ ପୁଅ ନେତ୍ର ରାଉତ (୪୪) ପ୍ରମୁଖ ୨ଜଣଙ୍କୁ କାବୁ କରିବା ସହ ସେମାନେ ଧରିଥିବା ନୀଳରଙ୍ଗର ଏକ ବ୍ୟାଗ ଜବତ କରିଥିଲେ ।ଉକ୍ତ ବ୍ୟାଗରେ ୯୮ଟି ୫ଶହ ଟଙ୍କିଆ ନକଲି ନୋଟ, ମୋଟ ୪୯ହଜାର ଟଙ୍କା, ନକଲି ନୋଟ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଉଥୁବା ୨୪୩୦ଟି କଳା କାଗଜ ସମେତ ବିଭିନ୍ନ ଉପକରଣ ଓ ୩ଟି ମୋବାଇଲ ଜବତ କରିଥିଲେ । ଚଢଉ ପରେ ଅଭିଯୁକ୍ତ ଦ୍ଵୟଙ୍କ ସମେତ ଜବତ ନୋଟ ଓ ଅନ୍ୟାନ୍ୟ ସାମଗ୍ରୀ ସ୍ଥାନୀୟ ପୁଲିସକୁ ଜିମା ଦେବା ସହ ଏସ୍.ଟି.ଏଫ୍. ଡି.ଏସ୍.ପି ଶ୍ରୀ ପଟ୍ଟନାୟକ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ସ୍ଥାନୀୟ ପୁଲିସ ଥାନା କେସ ନମ୍ବର ୧୨୭/୨୦୨୫ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ ଦ୍ଵୟଙ୍କୁ କୋର୍ଟ ଚାଲାଣ କରିଥିବା ସ୍ଥାନୀୟ ଏସ୍.ଡି.ପି.ଓ ଯଶୋବନ୍ତ ନାରାୟଣ ପ୍ରଧାନୀ ଓ ଥାନାଧିକାରୀ କଲ୍ୟାଣୀ ବେହେରା ଆହୁତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ଭିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି ।Important: Unauthorized Copying Prohibited
This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.
For permissions or inquiries, please contact us directly.