ଛତିଶଗଡ଼ର ୨ ଶିଶୁ ଟିଟିଲାଗଡ଼ ରେଳ ଷ୍ଟେସନରୁ ଉଦ୍ଧାର

0
94

ଟିଟିଲାଗଡ଼,୩୧/୦୮(ଜେଏନ୍ଏସ୍): ଟିଟିଲାଗଡ଼ ରେଳ ସୁରକ୍ଷା ବଳ (ଆର.ପି.ଏଫ) ପୁଲିସ ଷ୍ଟେସନ ପରିସରରୁ ୨ ଜଣ ଶିଶୁଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଛତିଶଗଡ଼ ବାଗବାହାରା ଫୁଲୱାରୀ ପଡ଼ା ନିବାସୀ ଭେଙ୍କଟ ରାବଙ୍କ ପୁଅ ଶିବାଜି ରାବ (୧୨) ଓ  ଝିଅ ରଜେଶ୍ୱରି ରାବ(୧୨) ଷ୍ଟେସନ ପରିସରରେ ଖେଳୁଥିବା ବେଳେ ରାୟପୁର ଜୁନାଗଡ଼ ପାସେଞ୍ଜର ଟ୍ରେନରେ ଚଢ଼ିଯାଇଥିଲେ । ଟିଟିଲାଗଡ଼ ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ କାର୍ଯ୍ୟରତ ଆରପିଏଫ ପୁଲିସ ପେଟ୍ରୋଲିଙ୍ଗ ଟିମ୍ ରେ ଥିବା ଏସ୍ ଆଇ ଦିବ୍ୟ ଲକ୍ଷ୍ମୀ, ଡି.କେ ଲୋହା, ସୁନିଲ କୁମାର ଦାସ ଅସହାୟ ଅବସ୍ଥାରେ ଥିବା ଉଭୟ ଶିଶୁଙ୍କୁ ଦେଖି ଉଦ୍ଧାର କରିଥିଲେ । ଆରପିଏଫ ଥାନା ଅଧିକାରୀ ଏସ.ବି. ପୁନିଆଁ ଘଟଣା ସମ୍ପର୍କରେ ବଲାଙ୍ଗିର ଚାଇଲ୍ଡ ଲାଇନକୁ ସୂଚନା ଦେଇଥିଲେ । ଉଭୟ ଶିଶୁଙ୍କୁ ପୁଲିସ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି । 

LEAVE A REPLY

Please enter your comment!
Please enter your name here