ବଜ୍ରାଘାତରେ ୨ ମୃତ,୧ ଗୁରୁତର

0
35

ବଲାଙ୍ଗିର,୨୧/୦୪/୨୦୨୫(ଜେଏନ୍ଏସ୍), ବଲାଙ୍ଗିର ଜିଲ୍ଲା ରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ରବିବାର ଅପରାହ୍ନରେ ବେଲପଡ଼ା ଥାନା ଅନ୍ତର୍ଗତ ବାଗଦୋର ଗାଁ ଠାରେ ବଜ୍ରାଘାତରେ ସରମୁହାଁଣ ଗାଁ ନିବାସୀ ଟ୍ରାକ୍ଟର ଡ୍ରାଇଭର ଗଙ୍ଗାଧର ଧରୁଆଙ୍କ ମୃତ୍ୟୁ ଘଟିଛି ।ସେହିପରି ସଇଁତଳା ଥାନା ଅନ୍ତର୍ଗତ ତୁଷ୍ଟାପାଲି ଗାଁରେ ବଜ୍ରାଘାତରେ ଛେଳି ଚରାଉଥିବା ସ୍ନେହଲତା ବୁଡେକଙ୍କର ମୃତ୍ୟୁ ଘଟିଥିବା ବେଳେ ଗୌରାଙ୍ଗ ଦଳପତି ନାମକ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଉଭୟ ଘଟଣାକୁ ନେଇ ସଂପୃକ୍ତ ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି । କାଳବୈଶାଖୀ ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ପ୍ରବଳ ଘଡଘଡି ଓ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପୂର୍ବରୁ ସତର୍କ କରାଯାଇଛି ।

LEAVE A REPLY

Please enter your comment!
Please enter your name here