ଟିଟିଲାଗଡ଼ରୁ ଦିଲ୍ଲୀକୁ ୨୦ କ୍ଵିଣ୍ଟାଲ ଆମ୍ବ ରପ୍ତାନି

0
65

ଟିଟିଲାଗଡ଼,୦୨/୦୬/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ଅଞ୍ଚଳରୁ ଉତ୍ପାଦିତ ୨୦ କ୍ଵିଣ୍ଟାଲ ଆମ୍ୱ ଟ୍ରେନ ଯୋଗେ ରାଜଧାନୀ ଦିଲ୍ଲୀ ସ୍ଥିତ ମଦର ଡାୟରୀ ଫାର୍ମକୁ ରପ୍ତାନି କରାଯାଇଛି । ସ୍ଥାନୀୟ ବେସରକାରୀ ଅନୁଷ୍ଠାନ ‘ଆଶା’ ଓ ‘ଓରମାସ’ ର ସହାୟତାରେ ଚାଷୀଙ୍କ ଠାରୁ ଆମ୍ବ ସଂଗ୍ରହ କରାଯାଇ ଟିଟିଲାଗଡ଼ ରେଳ ଷ୍ଟେସନରୁ ସମତା ଏକ୍ସପ୍ରେସ ଯୋଗେ ସିଧାସଳଖ ଦିଲ୍ଲୀକୁ ରପ୍ତାନୀ କରାଯାଇଛି ।ରପ୍ତାନି କରାଯାଇଥିବା ଆମ୍ବ ମଧ୍ୟରେ ମଲ୍ଲିକା, ଲେଙ୍ଗେଡା, ଅମ୍ରପାଲି, ଦସେହରି ଆଦି କିସମର ଆମ୍ବ ରହିଥିବା ‘ଆଶା’ ସମ୍ପାଦକ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । କୃଷକ ଉତ୍ପାଦକ କମ୍ପାନୀଗୁଡ଼ିକୁ ସଶକ୍ତିକରଣ ଓ ବଜାର ସଂଯୋଗିକରଣ ଯୋଗୁଁ ଅଞ୍ଚଳର ଚାଷୀ ଅଭାବୀ ବିକ୍ରିରୁ ରକ୍ଷା ପାଇବା ସହ ସିଧାସଳଖ ବିକ୍ରି କରି ଉଚିତ ମୂଲ୍ୟ ପ୍ରାପ୍ତ କରୁଥିବା ସଂପୃକ୍ତ ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here