ନିଯୁକ୍ତି ନାମରେ ୨୪ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ

0
86

ଟିଟିଲାଗଡ଼,୨୫/୦୮(ଜେଏନ୍ଏସ୍): ଚାକିରୀ କରାଇଦେବା ନା ରେ ଟିଟିଲାଗଡ଼ ସହରର ଏକ ପରିବାର ଠାରୁ ପ୍ରାୟ ୨୪ ଲକ୍ଷ ଟଙ୍କା ଠକାମି ହୋଇଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଟିଟିଲାଗଡ଼ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ ଟିଟିଲାଗଡ଼ ବ୍ଲକ ପଡ଼ା ନିବାସୀ ଗୀତାଞ୍ଜଳି ମୁଣ୍ଡାଙ୍କ ଠାରୁ ସୋନପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଶୁଖା ଗ୍ରାମର ସୁରଜ ପାଣ୍ଡେ(୨୭) ତାଙ୍କ ଝିଅ ଅଲିଶା ଓ ପୁଅ ରାହୁଲଙ୍କୁ ସରକାରୀ ଚାକିରୀ କରାଇଦେବା ନା ରେ ୨୨ ଲକ୍ଷ ୨୭ ହଜାର ଟଙ୍କା ନେଇ ଆତ୍ମସାତ କରିଥିଲେ । ତେବେ ଚାକିରୀ ନପାଇବାରୁ ଗତ ବର୍ଷ ଠାରୁ ଗୀତାଞ୍ଜଳି ସଂପୃକ୍ତ ଅଭିଯୁକ୍ତକୁ ଟଙ୍କା ଫେରାଇବାକୁ କହିଥିବା ବେଳେ ସେ ଦିନ ଗଡ଼ାଇ ଚାଲିଥିଲେ । ଏହାକୁ ନେଇ  ଗୀତାଞ୍ଜଳୀ  ଟିଟିଲାଗଡ଼ ଥାନାରେ ଏକ ମାମଲା ରୁଜୁ କରିଥିଲେ । ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଉପ କାରାଗାରକୁ ପଠା ଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here