ଜୀବନ ବୀମା ଅଭିକର୍ତ୍ତା ସଂଘର ୨୮ତମ ସାଧାରଣ ବାର୍ଷିକ ବୈଠକ

0
45

ଟିଟିଲାଗଡ଼,୧୩/୦୧/୨୦୨୫,(ଜେଏନ୍ଏସ୍), ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପଠାରେ ଜୀବନ ବୀମା ନିଗମ ଅଭିକର୍ତ୍ତା ସଂଘ ଟିଟିଲାଗଡ଼ ଶାଖାର ୨୮ତମ ସାଧାରଣ ବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଲିଆଫି କ୍ଷେତ୍ରୀୟ ସମ୍ପାଦକ ସରୋଜ ଶଙ୍ଖୁଆ ମୁଖ୍ୟଅତିଥି, ଫେଡେରାଲ ଇ.ସି. ପ୍ରଫୁଲ୍ଲ ପଣ୍ଡା, ଟିଟିଲାଗଡ଼ ଶାଖା ପ୍ରବନ୍ଧକ କେଶବ ବେରିଆ, କଣ୍ଟାବାଞ୍ଜି ଶାଖା ପ୍ରବନ୍ଧକ ଯୁଗେଶ୍ୱର ରଣା, ଉପ-ପ୍ରବନ୍ଧକ ମନୋଜ ରଣା, ବଲାଙ୍ଗୀର ଶାଖା ସଭାପତି ଅସୀମ ପଟ୍ଟନାୟକ, କୁଚିଣ୍ଡା ଶାଖା ସଭାପତି ଶରତ ଚନ୍ଦ୍ର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଅଭିକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ । ପୂର୍ବତନ ଶାଖା ସଭାପତି ବୁଲବୁଲ ମେହେର ସଭା ପରିଚାଳନା କରିଥିଲେ । ଶାଖା ସଭାପତି ବୈକୁଣ୍ଠ ମେହେର ସ୍ଵାଗତ ଅଭିଭାଷଣ ଦେଇଥିବା ବେଳେ ସମ୍ପାଦକ ଅସୀମ କୁଣ୍ଡୁ ବାର୍ଷିକ ବିବରଣୀ ପାଠ ଓ କୋଷାଧ୍ୟକ୍ଷ କ୍ଷୀରୋଦ ସାହୁ ଆୟବ୍ୟୟ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ୨୫ ବର୍ଷ ପୂର୍ତ୍ତି କରିଥିବା ଓ ବିଭିନ୍ନ କ୍ଳବ୍ ସଦସ୍ୟତା ହାସଲ କରିଥିବା ଅଭିକର୍ତ୍ତାଙ୍କ ସହ ବରିଷ୍ଠ ଅଭିକର୍ତ୍ତା ବିଭାସ ଚନ୍ଦ୍ର କୁଣ୍ଡୁ, ମୋହନ ଲାଲ ଅଗ୍ରୱାଲ ଓ ଶିବ ପ୍ରସାଦ ପରିଡାଙ୍କୁ  ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ବର୍ତ୍ତମାନ ପରିପ୍ରେକ୍ଷୀରେ ପଲିସି ଧାରକ ଓ ଅଭିକର୍ତ୍ତାଙ୍କ ବୃହତ୍ତର ସ୍ୱାର୍ଥକୁ ନେଇ ସଂଘ ଜାତୀୟ ସ୍ତରରେ ଆନ୍ଦୋଳନରତ ଥିବା ବେଳେ ତୃଣମୂଳ ସ୍ତରରେ ସଙ୍ଗଠନ ସୁଦୃଢ଼ କରିବାକୁ ମୁଖ୍ୟ ଅତିଥି ଶ୍ରୀ ଶଙ୍ଖୁଆ ଉଲ୍ଲେଖ କରିଥଲେ । କାର୍ଯ୍ୟକ୍ରମରେ ସନ୍ତୋଷ ପୁରୋହିତ, ସୁଶାନ୍ତ ମିଶ୍ର, ନାରାୟଣ ରଣା, ରାଜା ଶର୍ମା, ଦେବକୁମାର ଚୌଧୁରୀ, ଡଗରେଶ୍ୱର ମେହେର, ପ୍ରଫୁଲ୍ଲ ସାହୁ, ହଳପାଣି ସାହୁ, ଶେଷଦେବ ପ୍ରଧାନ, ବିଜୟ ପଟ୍ଟନାୟକ, ଗୋବର୍ଦ୍ଧନ ତ୍ରିପାଠୀ, ସୁନ୍ଦରମନ ସା, ଦେବେନ୍ଦ୍ର ମେହେର ପ୍ରମୁଖଙ୍କ ସହ ଟିଟିଲାଗଡ଼ ଓ କଣ୍ଟାବାଞ୍ଜି ଅଞ୍ଚଳର ଶତାଧିକ ଅଭିକର୍ତ୍ତା ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here