ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ

0
36

ଟିଟିଲାଗଡ଼,୨୧/୦୨/୨୦୨୫,(ଜେଏନ୍ଏସ୍),ଟିଟିଲାଗଡ଼ ଷ୍ଟେସନରୁ ରାୟପୁର ଅଭିମୁଖେ ଯାଉଥିବା ଏକ  ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଛି । ସୂଚନା ଅନୁଯାୟୀ ଟିଟିଲାଗଡ଼ ରେଳଷ୍ଟେସନରୁ ରାତି ୮:୩୦ ଘଣ୍ଟା ସମୟରେ ରାୟପୁର ଯାଉଥିବା ୫୯ ବଗି ବିଶିଷ୍ଟ ଏକ ମାଲବାହୀ ଟ୍ରେନ ଷ୍ଟେସନ ଅତିକ୍ରମ କରିବା ପୂର୍ବରୁ ୩ଟି ବଗି ଅଣ୍ଡରର୍ବ୍ରିଜ ଉପରେ ଲାଇନଚ୍ୟୁତ ହୋଇଯାଇଥିଲା । ଟ୍ରେନର ଗୋଟିଏ ବଗି ସମ୍ପୂର୍ଣ ରୂପେ ଟ୍ରାକ ବାହାରକୁ ଚାଲିଆସିଥିବା ବେଳେ ଆଉ ୨ଟି ବଗି ଟ୍ରାକରୁ ଓହ୍ଲାଇ ଫସି ରହିଥିଲା । ତେବେ ଏକ ବଡ଼ ଧରଣର ଆସନ୍ନ ବିପଦରୁ ଅଳ୍ପକେ ରକ୍ଷା ପାଇଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ ଷ୍ଟେସନ ମ୍ୟାନେଜରଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଏବଂ ବିଭାଗୀୟ ଟିମ୍ ସ୍ଥିତି ସ୍ଵାଭାବିକ କରିବା ପାଇଁ କାର୍ଯ୍ୟରତ ଥିବା ଓ  ଯଥାଶୀଘ୍ର ଟ୍ରେନ ଚଳାଚଳ ସ୍ୱାଭାବିକ ହେବ ବୋଲି ସୂଚନା ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here