ନୁଆଁମୁଣ୍ଡା ଗାଁରେ ଘର ଭୁଷୁଡ଼ି ୩ ଜଣ ଗୁରୁତର

0
87

ସଇଁତଳା,୨୨/୦୭ (ଜେଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ନୁଆଁମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ଘର ଭୁଷୁଡ଼ି ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇଥିବା ବେଳେ ୨ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କୁ ଗାଁ ଲୋକେ ଉଦ୍ଧାରକରି ଡାକ୍ତରଖାନାକୁ ପଠାଇଛନ୍ତି । ସୂଚନା ଅନୁଯାୟୀ ନୁଆଁମୁଣ୍ଡା ଗାଁର ମଥା ବରିହା ଭାଇ ଅଲେଖ, ଝିଅ ଅମ୍ବିକା (୨୩) , ନମିତା (୧୩) ଓ ଅନିଶା (୬) ରାତିରେ ଘରେ ଶୋଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ହଠାତ ଘର ଭୁଷୁଡ଼ି ପଡ଼ିଥିଲା । ଏଥିରେ ପରିବାର ଲୋକେ ଚିତ୍କାର କରିବା ପରେ ଗାଁ ଲୋକେ ଘଟଣାସ୍ଥଳକୁ ଯାଇ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଗୁରୁତରଙ୍କୁ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଏହି ଅସହାୟ ପରିବାରକୁ ଯଥାଶୀଘ୍ର ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଦାବୀ ହୋଇଛି।

LEAVE A REPLY

Please enter your comment!
Please enter your name here