3 ଚୋର ଗିରଫ, ଏସି, ମୋବାଇଲ ଫୋନ ଜବତ

0
88

ଟିଟିଲାଗଡ଼,୧୭/୦୮(ଜେଏନ୍ଏସ୍): ଟିଟିଲାଗଡ଼ ସହରରେ ହୋଇଥିବା ୨ ଟି ଚୋରି ଘଟଣା  ସଂପୃକ୍ତ ୩ ଚୋର  ସହ ଚୋରି ଜିନିଷ ଉଦ୍ଧାର କରିବାରେ ପୁଲିସକୁ ସଫଳତା ମିଳିଛି । ଘଟଣାକୁ ନେଇ ସ୍ଥାନୀୟ ପୁଲିସ ପକ୍ଷରୁ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଟିଟିଲାଗଡ଼ ସହରର ମୁଜିବୁର ରେହମାନଙ୍କ ଦୋକାନରେ ସ୍କାଏଲାଇଟ ଭାଙ୍ଗି ୧୭ଟି ଦାମୀ ମୋବାଇଲ ଫୋନ ସହ ଚାର୍ଜର, ଇଅର ଫୋନ ଏବଂ ୧୮୯୧ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ଗତ ରାତି ୨.୩୦ ଘଣ୍ଟା ସମୟରେ ଟିଟିଲାଗଡ଼ ରେଳ ଷ୍ଟେସନ ପ୍ଲାଟଫର୍ମ ନଂ ୩ ଠାରେ ଆରପିଏଫ୍ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହଜନକ ଅବସ୍ଥାରେ ଚୋରି ମୋବାଇଲ ସହ ଅପେକ୍ଷାରତ ଥିବା ଏହି ଚୋର ଧରା ପଡ଼ିଥିଲା । ଗିରଫ ଯୁବକ ଜଣକ ମହାଶମୁଣ୍ଡ ଥାନା ଗୁରୁପଡାର କହ୍ନେୟା ସାହୁ(୨୦) ବୋଲି ଜଣାପଡିଛି । ଗିରଫପରେ ଏହି ଚୋରକୁ ଜବତ ମୋବାଇଲ ସହ ଆରପିଏଫ ସ୍ଥାନୀୟ ପୁଲିସକୁ ହସ୍ତାନ୍ତର କରିଥିଲା । ସେହିପରି ସହରର ହାଟପଦା ପଡାର ରାକେଶ ଆଡଜୁଆଡ଼ଙ୍କ  ଘରୁ ଏସି ମେସିନ ଚୋରି ନେଇ ନୂଆପଡା ଥାନା ରତିପାଲିର ଜଗଦିଶ ମାଝୀ ଏବଂ ଟିଟିଲାଗଡ଼ ଥାନା ଆମପାଲି ଗ୍ରାମର ଭୋଳା ଯାଦବଙ୍କୁ ପୋଲିସ ଗିରଫ ସହ ଏସି ଜବତ କରିଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର ଏବଂ ଥାନା ଅଧିକାରୀ ବିଶ୍ୱଜିତ ମନବୋଧଙ୍କ ସହ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here