ସମଲେଶ୍ଵରୀ ଟ୍ରେନରୁ ୩୭ କେଜି ଗଞ୍ଜେଇ ଜବତ

0
33

ଟିଟିଲାଗଡ଼,୧୫/୦୨/୨୦୨୫,(ଜେଏନ୍ଏସ୍),ଟିଟିଲାଗଡ଼ ରେଳବାଇ ପୁଲିସ ସମଲେଶ୍ଵରୀ ଟ୍ରେନରୁ ଚୋରାଚାଲାଣ ହେବାକୁ ଥିବା ୩୭ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ ସଂପୃକ୍ତ ୨ ଜଣ ଅଭିଯୁକ୍ତକୁ ଗରିଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ ଟ୍ରେନ ନଂ ୧୮୦୦୬ ସମଲେଶ୍ଵରୀ ଏକ୍ସପ୍ରେସ ପ୍ରଥମ ଶ୍ରେଣୀ କୋଚ ଏଚ୍ ୱାନ୍ ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶ୍ଵସ୍ଥ ସୂତ୍ରରୁ ଟିଟିଲାଗଡ଼ ଜିଆରପି ସୂଚନା ପାଇଥିଲା । ସୂଚନା ପାଇ ଉଭୟ ଆର୍.ପି.ଏଫ୍ ଓ ଜି.ଆର୍.ପି. ପୁଲିସ ସତର୍କ ହୋଇ ଷ୍ଟେସନ ପରିସରରେ ରହିଥିଲେ । ଟ୍ରେନ ପହଞ୍ଚିବା ପରେ ଉକ୍ତ ବଗିରୁ ୨ ଜଣ ଯୁବକ ଟ୍ରଲି ବ୍ୟାଗ୍ ସହ ଓହ୍ଲାଉ ଥିବା ବେଳେ ପୁଲିସ ଟିମ ହାବୁଡରେ ପଡ଼ିଥିଲେ । ପୁଲିସ ଟିମ ତଲାସ ସମୟରେ ବ୍ୟାଗ୍ ମଧ୍ୟରୁ ୮ ପ୍ୟାକେଟ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ଉଭୟ ଅଭିଯୁକ୍ତ ଦିଲ୍ଲୀ ଆମ୍ବେଦକର ନଗର ଥାନା ଅନ୍ତର୍ଗତ ମଦନଗିରର ଆଶିଷ କୁମାର (୨୧) ଓ ରୋହିତ କୁମାର(୨୧) ହୋଇଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ୭୫ ହଜାର ୪୮୦ ଟଙ୍କା ବୋଲି ସୂଚନା ମିଳିଛି । ଉଭୟ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଜିଆରପି ଥାନା ଅଧିକାରୀ ବିନୟ ଭୋଇ ସୂଚନା ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here