ବିଜେଡ଼ି ର ୪ କାଉନସିଲରଙ୍କ ବିଜେପିରେ ଯୋଗଦାନ

0
106

ଟିଟିଲାଗଡ଼,୧୪/୦୭ (ଜେଏନ୍ଏସ୍), ରାଜ୍ୟରେ ସତ୍ତା ପରିବର୍ତ୍ତନ ହେବାପରେ ସାରା ରାଜ୍ୟରେ ବିଜେଡି ର ଗଡ଼  ଭୁସୁଡ଼ିବାରେ ଲାଗିଛି । ଏହି କ୍ରମରେ ରବିବାର ଟିଟିଲାଗଡ଼ ପୌରପରିଷଦର ୪ ଜଣ ବିଜେଡି କାଉନସିଲର ବିଜେପି ରେ ବିଧିବଦ୍ଧ ଭାବରେ ଯୋଗଦେଇଥିବା ଜଣା ପଡ଼ିଛି । ଏହାକୁ ନେଇ ସହରରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ।ପରିବର୍ତ୍ତିତ ପରିସ୍ଥିତିରେ ବିଜେଡି ଉପାଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା ରହିଥିବା ନେଇ ସୂଚନା ମିଳିଛି । ପ୍ରକାଶ ଥାଉ କି, ଗତ ୨୦୨୨ ପୌର ନିର୍ବାଚନର ସିଧାସଳଖ ପ୍ରତିଦ୍ଵନ୍ଦିତାରେ ବିଜେପିର ମମତା ଦେବୀ ଜୈନ ବିପୁଳ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀଙ୍କୁ ପରାସ୍ତ କରିଥିଲେ । ତେବେ ୧୫ ୱାର୍ଡ ବିଶିଷ୍ଟ ପୌରପରିଷଦ ରେ ବିଜେଡ଼ି ୧୦ ଏବଂ ବିଜେପିର ୫ ଜଣ କାଉନସିଲର ବିଜୟୀ ହୋଇଥିଲେ । ଫଳରେ ଟିଟିଲାଗଡ଼ ସହରର ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକଳାପକୁ ନେଇ ଦୁଇଦଳ ମଧ୍ୟରେ ତୁ ତୁ ମେ ମେ ଲଗିରହି ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିଲା । ରବିବାର ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ପରିସରରେ ବିଧାୟକ ନବୀନ ଜୈନ, ପୌର ଅଧ୍ୟକ୍ଷା ମମତା ଦେବୀ ଜୈନଙ୍କ ଉପସ୍ଥିତିରେ ବିଜେଡି କାଉନସିଲର ସୁନିତା ଦାଶ, ସୁଧୀର ଅଗ୍ରୱାଲ, ଭାରତି ଭରାସାଗର, ଭୁବନେଶ୍ୱର ପଟ୍ଟନାୟକ ପ୍ରମୁଖ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିବା ସହିତ ଦଳରେ ସାମିଲ ହୋଇଥିଲେ । ଏହି ଅବସରରେ ବିଜେପିର ପ୍ରମୁଖ ନେତା ପ୍ରମୋଦ ପ୍ରଧାନ, ବୀରବର ସାହୁ, ହରି ନାରାୟଣ ମିଶ୍ର, ସୁଦାମ ମହାରଣା, ଆନନ୍ଦ କେଡ଼ିଆ, ସଞ୍ଜୟ ବର୍ମା, ରିଙ୍କୁ ପାତ୍ର, ସଞ୍ଜୟ ତ୍ରିପାଠୀ, ଜଗୁ ଖରସେଲ, ନରେଶ ରାଜପାଳିଆ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here