ଟିଟିଲାଗଡ଼ ରେଳ ଷ୍ଟେସନରୁ ୪୦ କେଜି ଗଞ୍ଜେଇ ଜବତ ୪ ଗିରଫ

0
15

ଟିଟିଲାଗଡ଼,୧୮/୦୬/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ରେଳ ଷ୍ଟେସନ ଗଞ୍ଜେଇ ଚୋରା ଚାଲାଣ କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ଦେଖିବାକୁ ମିଳିଛି । ଭୌଗଳିକ ଦୃଷ୍ଟି କୋଣରୁ ଟିଟିଲାଗଡ଼ ଜଙ୍କସନ୍ ସହ ଅନ୍ୟ ରାଜ୍ୟଗୁଡ଼ିକର ସିଧା ସଳଖ ସଂଯୋଗ ରହିଥିବାରୁ ଗଞ୍ଜେଇ ମାଫିଆଙ୍କୁ ଏହା ବେଶ ସୁହାଇଛି । ନିୟମିତ ଅନ୍ତରାଳେ ଆରପିଏଫ ଓ ଜିଆରପି ପୁଲିସ ଦ୍ଵାରା ଗଞ୍ଜେଇ ଜବତ କରାଯାଉଥିବା ବେଳେ ବର୍ତ୍ତମାନ ପୁରୀ ଦୁର୍ଗ ଟ୍ରେନରେ ଚାଲାଣ ହେବାକୁ ଥିବା ୪୦ କେଜି ଗଞ୍ଜେଇ ଉଭୟ ପୁଲିସର ମିଳିତ ଚଢାଉରେ ଜବତ କରାଯାଇ ଘଟଣାରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଉତ୍ତରପ୍ରଦେଶ ଜଲାଉଁନ ଜିଲ୍ଲା ଓରିଆ କୋତ୍ୱାଲି ଥାନା ଅନ୍ତର୍ଗତ ଆଶିଷ ଗୁପ୍ତା (୨୬) କୋଟୁରା ଥାନା ଅନ୍ତର୍ଗତ ସୁବାସ ସୋନି (୨୪), କେରଳର ଏରୋଡ ଜିଲ୍ଲା ଅଥିୟଙ୍କ ଥାନା ଅନ୍ତର୍ଗତ ଦେବରାଜ ଭେଲୁ(୨୧) ଓ କୋଭେନ୍ଦାପାଡ଼ି ଥାନା ଅନ୍ତର୍ଗତ ମୋହନ ରାଜ ଥାମିଲ ସେଲଭମ(୩୨)ଥିବା ଜିଆରପି ଥାନା ଅଧିକାରୀ ବିନୟ ଭୋଇ ଓ ଆରପିଏଫ ଥାନା ଅଧିକାରୀ ଶ୍ରୀ ଭଗଵାନ ପୁନିଆ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here