ଜେଏସଏମ କମର୍ସ ଡିଗ୍ରୀ କଲେଜର ଚତୁର୍ଥ ସମାବର୍ତ୍ତନ ସମାରୋହ

0
85

ବଲାଙ୍ଗିର,୧୯/୦୮(ଜେଏନ୍ଏସ୍): ବଲାଙ୍ଗିର ଜେଏସଏମ୍ କମର୍ସ ଡିଗ୍ରୀ କଲେଜର ଚତୁର୍ଥ ସମାବର୍ତ୍ତନ ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ  ମୁଖ୍ୟ ଅତିଥି, ଏସ୍‌ଆଇଏଚଏମ୍ ଅଧ୍ୟକ୍ଷ ଡ.ସୁରେଶ କୁମାର ଏକନାଥ, ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସଂଯୁକ୍ତ ପ୍ରାଧ୍ୟାପକ ଡ.ପ୍ରତାପ କୁମାର ଦାଶ ମୁଖ୍ୟବକ୍ତା, ମହାବିଦ୍ୟାଳୟର ମୁଖ୍ୟ ଉପଦେଷ୍ଟା ମନୋରଞ୍ଜନ ସାହୁ, ନିର୍ଦ୍ଦେଶକ ପିତାବାସ ପଣ୍ଡା, ଚେୟାରମେନ ଶ୍ରୀକାନ୍ତ ଶର୍ମା, ଅଧ୍ୟକ୍ଷ ଡ.ଦିବ୍ୟକିଶୋର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।ଶିକ୍ଷା କ୍ଷେତ୍ରରେ ଏହି ଅନୁଷ୍ଠାନ ଅଗ୍ରଣୀ ଭୂମିକା ତୁଲାଇଥିବାକୁ ମୁଖ୍ୟ ଅତିଥି ଶ୍ରୀମତି ସିଂଦେଓ ପ୍ରକାଶ କରିଥିଲେ । ଅତିଥିବୃନ୍ଦ ଚଳିତବର୍ଷ ଉତ୍ତୀର୍ଣ୍ଣ ହୋଇଥିବା ୩୭ ଜଣ ଛାତ୍ରଛାତ୍ରୀଙ୍କୁ ସ୍ନାତକତା ପ୍ରମାଣପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ କଲେଜର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here