ଟିଟିଲାଗଡ଼ ଡିଏଭି କଲେଜର ୫୭ ତମ ପ୍ରତିଷ୍ଠା ଦିବସ ପାଳିତ

0
115

ଟିଟିଲାଗଡ଼,୨୧/୦୯,(ଜେଏନଏସ), ଟିଟିଲାଗଡ ଡ଼ି ଏ ଭି ସ୍ଵୟଂଶାସିତ ମହାବିଦ୍ୟାଳୟର ୫୭ ତମ ପ୍ରତିଷ୍ଠା ଦିବସ  ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପୌରପରିଷଦ ଅଧ୍ୟକ୍ଷା ମମତାଦେବୀ ଜୈନ ମୁଖ୍ୟଅତିଥି, ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖତ୍ରି ସମ୍ମାନିତ ଅତିଥି ଏବଂ ରାଉରକେଲା ମ୍ୟୁନିସିପାଲ କଲେଜ ଅଧ୍ୟକ୍ଷ ଡକ୍ଟର ସନାତନ ପ୍ରଧାନ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । କଲେଜ ପରିଚାଳନା  କମିଟି ସଭାପତି ଡକ୍ଟର ଦଳଗୋବିନ୍ଦ ବିଶି ମଞ୍ଚ ପରିଚାଳନା କରିଥିବା ବେଳେ ଇଂରାଜୀ ବିଭାଗ ଅଧ୍ୟାପିକା ବନ୍ଦନା କର  ସଭା ସଂଯୋଜନା କରିଥିଲେ । ଶିକ୍ଷାଦାନ କ୍ଷେତ୍ରରେ ଅତୁଳନୀୟ ଭୂମିକା ତୁଲାଇଥିବା ଏହି ମହାବିଦ୍ୟାଳୟ ରାଜ୍ୟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ମୁଖ୍ୟଅତିଥି ଶ୍ରୀମତି ଜୈନ ଉଲ୍ଲେଖ କରିଥିଲେ । କଲେଜ ପାଇଁ ଆବଶ୍ୟକୀୟ ଅନୁଦାନ ଯୋଗାଇଦେବା ସହ ଭିତ୍ତିଭୂମିର ବିକାଶ ପାଇଁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ବିଧାୟକ ନବୀନ ଜୈନ କହିଥିବା ତାଙ୍କ ଅନୁପସ୍ଥିତିରେ ତାଙ୍କ ଧର୍ମପତ୍ନୀ ତଥା ପୌର ଅଧ୍ୟକ୍ଷା ଶ୍ରୀମତୀ ଜୈନ ପ୍ରକାଶ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପ୍ରଣବ ପୁରୋହିତ ସ୍ଵାଗତ ଅଭିଭାଷଣ ପ୍ରଦାନ ସହ କଲେଜର ବିଭିନ୍ନ ସମସ୍ୟା ସମ୍ଵନ୍ଧରେ ମଞ୍ଚାସିନ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯୁକ୍ତଦୁଇ ବିଭାଗର ଅଧ୍ୟକ୍ଷ ବିଧାନ ମିଶ୍ର ମହାବିଦ୍ୟାଳୟର କୃତିତ୍ୱ ସମ୍ଵନ୍ଧରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିଙ୍କ ଦ୍ଵାରା ବିଭିନ୍ନ ବିଭାଗର କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।  

LEAVE A REPLY

Please enter your comment!
Please enter your name here