ଭାରତୀୟ ଜୀବନ ବୀମା ନିଗମ ର ୬୮ ତମ ପ୍ରତିଷ୍ଠା ଦିବସ ପାଳିତ

0
110

LIC

ଟିଟିଲାଗଡ଼,୦୨/୦୯,(ଜେଏନଏସ), ଭାରତୀୟ ଜୀବନ ବିମା ନିଗମ ଟିଟିଲାଗଡ ଶାଖା ପକ୍ଷରୁ ନିଗମ ର ୬୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ନିଗମ ପକ୍ଷରୁ ଚଳିତ ମାସ ପ୍ରଥମ ସପ୍ତାହ କୁ ବୀମା ସପ୍ତାହ ଭାବରେ ଦେଶ ବ୍ୟାପୀ ପାଳନ କରାଯାଉଛି।ଶାଖା ପରିଚାଳକ କେଶବ ବେରିଆ ଙ୍କ ନେତୃତ୍ୱରେ ଆୟୋଜିତ ବୀମା ସପ୍ତାହ ର ଉଦଘାଟନୀ କାର୍ଯ୍ୟକ୍ରମ ରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇ ନିଗମର କର୍ମଚାରୀ ତଥା ଅଭିକର୍ତ୍ତା ଙ୍କୁ ଉତ୍ସାହିତ କରିଥିଲେ।ରାଷ୍ଟ୍ର ନିର୍ମାଣ ରେ ତଥା ଦେଶ ର ଅର୍ଥନୀତି ରେ ଏଲ ଆଇ ସି ଉଲ୍ଲେଖନୀୟ ଅବଦାନ ତୁଲାଇଥିବା ସାଂସଦ ଉଲ୍ଲେଖ କରିଥିଲେ।ଦେଶବାସୀ ଙ୍କ ଆସ୍ଥା ଓ ବିଶ୍ୱାସ ର ପ୍ରତୀକ ସାଜିଥିବା ଜୀବନ ବୀମା ନିଗମ ର ଦେଶ ବ୍ୟାପି ୮ ଟି କ୍ଷେତ୍ରୀୟ,୧୧୩ ଟି ମଣ୍ଡଳ ଓ ୨୦୪୮ ଟି ଶାଖା ତଥା ୧୫୮୪ ଟି ସେଟେଲାଇଟ୍ କାର୍ଯ୍ୟାଳୟ ରହିଛି।ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ନିଗମ ର କର୍ମଚାରୀ ସଂଖ୍ୟା ୯୮୬୬୧ ଥିବାବେଳେ ଅଭିକର୍ତା ସଂଖ୍ୟା ୧୪,୧୪,୭୪୩ ରହିଛି।ଦାବୀ ପ୍ରଦାନ କ୍ଷେତ୍ରରେ ନିଗମ ର ଉତ୍କୃଷ୍ଟ ପ୍ରଦର୍ଶନ ରହି ଆସିଛି।ଶାଖା ପରିଚାଳକ ଶ୍ରୀ ଵେରିଆ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ ସହ ବୀମା ସପ୍ତାହ ଅବସରରେ ସପ୍ତାହ ବ୍ୟାପି ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ।କାର୍ଯ୍ୟକ୍ରମରେ ଉପ ଶାଖା ପ୍ରବନ୍ଧକ ମନୋଜ ରଣା,ସାଂସଦ ଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ,ପୂର୍ବତନ ଅଭିକର୍ତ୍ତା ସଂଘ ସଭାପତି ବୁଲବୁଲ ମେହେର,କୋଷାଧ୍ୟକ୍ଷ କ୍ଷୀରୋଦ ସାହୁ ପ୍ରମୁଖ ଙ୍କ ସହ ବିଭାଗୀୟ କର୍ମଚାରୀ ଓ ଅଭିକର୍ତ୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here