ଟିଟିଲାଗଡ଼ରେ ୭୫ ତମ ବନମହୋତ୍ସବ ସପ୍ତାହ ପାଳନ

0
65

ଟିଟିଲାଗଡ଼,୦୩/୦୭ (ଜେଏନ୍ଏସ୍), ବଲାଙ୍ଗିର ବନଖଣ୍ଡ ଟିଟିଲାଗଡ଼ ବନାଞ୍ଚଳ ଅନ୍ତର୍ଗତ ବାନ୍ଦୁପଲା କୁପଲା ନଗର ଠାରେ ୭୫ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ନବୀନ ଜୈନ, ସମ୍ମାନିତ ଅତିଥି ଭାବରେ ଉପଜିଲ୍ଲାପାଳ ରେହାନ୍ ଖେତ୍ରି,ଏ.ସି. ଏଫ୍. (କେ.ଏଲ) ସୋମନାଥ ବେହେରା, ବଲାଙ୍ଗିର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ବିଡ଼ିଓ ସୁଶାନ୍ତ ରଣା, ଅତିରିକ୍ତ ତହସିଲଦାର ଶକୁନ୍ତଳା ହାଁସଦା, ପୌର ନିର୍ବାହୀ ଅଧିକାରୀ ଜୟସେନ ଧରୁଆ, ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ବୀରବର ସାହୁ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣର ଆବଶ୍ୟକତା ଓ ଉପାଦେୟତା ସମ୍ବନ୍ଧରେ ଆଲୋକପାତ କରିଥିଲେ ।

ମା’ ପାଇଁ ବୃକ୍ଷଟିଏ କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ୟାପକ ବୃକ୍ଷରୋପଣ କରିବା ସହ ମା’ଙ୍କ ଉଦ୍ଦେଶ୍ୟରେ ଅର୍ପିତ ବୃକ୍ଷର ଯତ୍ନ ନେବାକୁ ଅତିଥିବୃନ୍ଦ ଉଲ୍ଲେଖ କରିଥିଲେ । ମୁଖ୍ୟଅତିଥି ବିଧାୟକ ଶ୍ରୀ ଜୈନ ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ ସହରରେ ବ୍ୟାପକ ବନୀକରଣର ଆବଶ୍ୟକତା ଥିବା ଏବଂ ଏଥିପାଇଁ ସଚେତନତାର ଆବଶ୍ୟକତା ଥିବା କହିଥିଲେ । ଆୟୋଜିତ ସଭା ସମାପ୍ତ ହେବା ପରେ ଅତିଥିବୃନ୍ଦ ବୃକ୍ଷ ରୋପଣ କରିଥିଲେ । ଚଳିତ ବର୍ଷ ବନବିଭାଗ ପକ୍ଷରୁ ଟିଟିଲାଗଡ଼ରେ ୮୫ ହଜାର ବୃକ୍ଷ ରୋପଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧି ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ବନପାଳ ସୁରେନ୍ଦ୍ର ମହାରଣା, ପ୍ରିୟଙ୍କା ପୋଡ, ନମିତା ତାଣ୍ଡି, ପିତାମ୍ବର ମାଝୀ, ସୁନୀତା ମୁଣ୍ଡା ପ୍ରମୁଖଙ୍କ ସହ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here