ଡକ୍ଟର ସଦାନନ୍ଦ ଅଗ୍ରୱାଲଙ୍କ ସପ୍ତମ ପୁଣ୍ୟତିଥି ପାଳିତ, ରକ୍ତଦାନ ସହ ନିଶୁଳ୍କ ଚକ୍ଷୁ ଶିବିର ଆୟୋଜିତ ।

0
109

ତରଭା, ୦୧/୦୮(ଜେଏନ୍ଏସ୍) : ମହର୍ଷି ବୁଦ୍ଧରାମ ମହାବିଦ୍ୟାଳୟ ପରିସରରେ ବିଶିଷ୍ଟ ଲିପି ତତ୍ତ୍ଵବିଦ୍, ଐତିହାସିକ, ମହିମାଧର୍ମ ଗବେଷକ ତଥା ବହୁମୁଖୀ ପ୍ରତିଭାର ଅଧିକାରୀ ଡ଼କ୍ଟର ସଦାନନ୍ଦ ଅଗ୍ରୱାଲଙ୍କ ସପ୍ତମ ପୂର୍ଣ୍ୟତିଥି ପାଳିତ ହୋଇଯାଇଛି । ସଦାନନ୍ଦ ଅଗ୍ରୱାଲ ସୃତି କମିଟି ଓ ଏମ୍ ବି ଆର୍ ଡିଗ୍ରୀ କଲେଜ ପକ୍ଷରୁ ଆୟୋଜିତ ସୃତି ସଭାରେ ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ ମୁଖ୍ୟ ଅତିଥି, ସୋନପୁର ଯୁବ ରେଡକ୍ରସ ସୋସାଇଟିର ଜିଲ୍ଲା ସଂଯୋଜକ ଉମାକାନ୍ତ ନାଗ, ଭୀମଭୋଇ ସମାଧିପୀଠ ଟ୍ରଷ୍ଟ ଖଲିଆପାଲିର ପରିଚାଳନା ଟ୍ରଷ୍ଟି ଛାତ୍ରଧାରୀ ଅଗ୍ରୱାଲ, ବଲାଙ୍ଗୀର ମାରୱାଡି ସମ୍ମେଳନର ସଭାପତି ସଞ୍ଜୟ ଅଗ୍ରୱାଲ, ପାଇକ ବାହାଲ ପଂଚାୟତ ସରପଞ୍ଚ ଗଣନାଥ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଏବଂ ପ୍ରାକ୍ତନ ଅଧ୍ୟକ୍ଷ ଡ଼କ୍ଟର ଟେକଚନ୍ଦ ଦୂୱାନ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସ୍ୱର୍ଗତ ଅଗ୍ରୱାଲଙ୍କ ସ୍ମୃତି ଚାରଣ କରିଥିଲେ । କଲେଜ ପରିଚାଳନା କମିଟି ସଭାପତି ବାଲଗୋପାଲ ପଣ୍ଡା ସଭାର ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ପୂର୍ଣଚନ୍ଦ୍ର ପଣ୍ଡା ସଭା ସଂଯୋଜନା କରିଥିଲେ । ସ୍ୱର୍ଗତ ଅଗ୍ରୱାଲ ଅଞ୍ଚଳର ସାମାଜିକ, ସାଂସ୍କୃତିକ, ଧାର୍ମିକ ଅନୁଷ୍ଠାନ ଗୁଡିକର ଦିଗଦର୍ଶକ ଥିଲେ । ସେ ତାଙ୍କ ଜୀବନରେ କଲେଜ ପାଠରୁ ବଞ୍ଚିତ ଥିଲେ ମଧ୍ୟ ନିଜ ଅଧ୍ୟବସାୟ ବଳରେ ଅନେକଗୁଡିଏ ଗବେଷଣା ମୂଳକ ପୁସ୍ତକ ରଚନା କରିଥିଲେ । ତାଙ୍କ ଦ୍ଵାରା ରଚିତ ପୁସ୍ତକ ବିଭିନ୍ନ ବିଶ୍ୱବିଦ୍ୟାଳୟ ର ପାଠ୍ୟକ୍ରମରେ ସ୍ଥାନ ପାଇଛି । ଡ଼କ୍ଟର ଅଗ୍ରୱାଲ ବିଶ୍ଵଭାରତୀ ବିଶ୍ୱ ବିଦ୍ୟାଳୟ, ଶାନ୍ତି ନିକେତନ ଏବଂ ଓଡିଶା ସଂସ୍କୃତି ବିଶ୍ୱ ବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନକୁ ପରିଦର୍ଶନରେ ଯାଇ ଶିକ୍ଷାଦାନ କରିଥିଲେ । ପୁରାତନ ଶିଳାଲିପି, ତାମ୍ରପତ୍ର ଉତ୍ୟାଦି ପାଠୋଦ୍ଧାରରେ ସେ ସିଦ୍ଧହସ୍ତ ଥିଲେ ବୋଲି ଅତିଥବୃନ୍ଦ ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଲେଜ ପରିଚାଳନା କମିଟି ନାରଦ ପୁଜାହାରୀ, ଚୈତନ୍ୟ ବାରିକ, ମହାଦେବ ଜେନା, ହୃଷିକେଶ ପାତ୍ର, ସ୍ୱର୍ଗତ ଆଗ୍ରୱାଲଙ୍କ ସହଧର୍ମିଣୀ ତାରା ଅଗ୍ରୱାଲ, ବୋହୁ ଚଞ୍ଚଳ ଅଗ୍ରୱାଲ, ଗୌତମ ଅଗ୍ରୱାଲ, ମନୋଜ ଅଗ୍ରୱାଲ ପ୍ରମୁଖଙ୍କ ସହ କଲେଜର ଅଧ୍ୟାପକ, କର୍ମଚାରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ସଭା ଶେଷରେ ଇଂରାଜୀ ଅଧ୍ୟାପକ ଉମାକାନ୍ତ ନାଗ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିରରେ ୭୬ ଜଣ ରୋଗୀଙ୍କ ଚକ୍ଷୁ ଚିକିତ୍ସା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here