ଟିଟିଲାଗଡ଼ ପୁଲିସ ଦ୍ଵାରା ୮ ଡକାୟତ ଗିରଫ

0
84

ଟିଟିଲାଗଡ଼,୨୨/୧୧,(ଜେଏନ୍ଏସ୍),ଦୁଇଟି ପୃଥକ ମାମଲାରେ ଟିଟିଲାଗଡ଼ ପୁଲିସ ୮ ଜଣ ଡକାୟତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ ଟିଟିଲାଗଡ଼ ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମର ଦେଶୀ ଲାଇସେନ୍ସ ପ୍ରାପ୍ତ ମଦଭାଟିର ବିକ୍ରୟ କେନ୍ଦ୍ରରୁ ୩ ଜଣ କୁଖ୍ୟାତ ଅପରାଧୀ ୨୦ ହଜାର ଟଙ୍କା ଲୁଟକରି ଫେରାର ମାରିଥିଲେ । ସେହିପରି ଖଜୁରପଡ଼ାର ଘାସିରାମ ସରାଫଙ୍କ ଘରେ ଡକାୟତ ଉଦ୍ୟମ ସହ ତାଙ୍କ ଝିଅ ଓ ଜୋଇଁଙ୍କୁ ଏସିଡ ଆକ୍ରମଣ ମାମଲାରେ ସଂପୃକ୍ତ ୫ ଜଣ ଯୁବକଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ୧୦ ହଜାର ୯୦ ଟଙ୍କା, ବ୍ୟବହୃତ ୨ ବାଇକ ଓ ମୋବାଇଲ ଜବତ ହୋଇଛି । ଗିରଫ ଡକାୟତଙ୍କ ମଧ୍ୟରେ ମକୁନ୍ଦ ବାଗ, ଗୋବିନ୍ଦ ବାଗ, ଦାମୋଦର ନିନା, ଗୋପ ଜାନି, ଭୁବନ ନାଗଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here