ଅପହଞ୍ଚ ବିକାଶ, ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ

0
67

ଟିଟିଲାଗଡ଼ (ଜେଏନ୍ଏସ୍)୧୫/୬, ସ୍ଵାଧୀନତାର ଦୀର୍ଘ ବର୍ଷ ପରେ ଦେଶ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆଜି ମଧ୍ୟ କିଛି ଗାଁ କୁ ଛୁଇଁ ପାରିନି ବିକାଶ। ରାଜ୍ୟର ସାମଗ୍ରିକ ବିକାଶକୁ ପ୍ରାଥମିକତା ଦେଇ ସରକାର ମାଳମାଳ ଯୋଜନା ପ୍ରଣୟନ କରିଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ଲୋକେ ସର୍ବନିମ୍ନ ମୋଳିକ ସୁବିଧାରୁ ବଞ୍ଚିତଥିବା ଦେଖିବାକୁ ମିଳିଛି।ଟିଟିଲାଗଡ଼ ବ୍ଲକ ଶଗଡ଼ଘାଟ ପଞ୍ଚାୟତ ଅନ୍ତର୍ଗତ ପିପିଲିବନ୍ଧ ଦମଦମି ପଡ଼ାରେ ଆଜି ଯାଏ ପହଞ୍ଚି ପାରିନି  ବିକାଶ । ଦୁଇଟି ୱାର୍ଡ ବିଶିଷ୍ଟ ଏହି ଗାଁରେ ୭୦୦ ରୁ ଉର୍ଦ୍ଧ୍ୱ ଭୋଟର ରହିଛନ୍ତି । ନିର୍ବାଚନ ସମୟରେ ନେତାଙ୍କ ପ୍ରତିଶ୍ରୁତି ଓ ପରେ ପ୍ରତାରଣା ମଧ୍ୟରେ ଛନ୍ଦି ହୋଇ ଆଜିଯାଏ ଗ୍ରାମବାସୀ ବିକାଶ ଦେଖିପାରି ନାହାନ୍ତି । 

ଦମଦମୀ ଠାରେ ଏକ ବହୁ ପୁରାତନ ଐତିହ୍ୟ ସମ୍ପନ୍ନ ପାହାଡ ଗୁମ୍ଫା ମଧ୍ୟରେ ଶିବ ମନ୍ଦିର ରହିଥିଲେ ମଧ୍ୟ ଏହା ସରକାରୀ ଉଦାସୀନତା ଯୋଗୁଁ ଅବହେଳିତ ହୋଇ ରହିଛି । ସାଧାରଣ ଦିନରେ ଗାଁ କୁ ଅତି କଷ୍ଟରେ ଆମ୍ବୁଲାନ୍ସ ଯାଉଥିବା ବେଳେ ବର୍ଷାଦିନେ ଏହା ସମ୍ଭବ ହୋଇ ନ ଥାଏ । ଗାଁ ଲୋକେ ନିକଟରେ ଥିବା ଟିଟିଲାଗଡ଼ ସହର ଉପରେ ନିର୍ଭରଶୀଳ ଥିବା ଦେଖାଯାଏ । ଗାଁ ରେ ଥିବା ସରକାରୀ ସ୍କୁଲରେ ପଞ୍ଚମ ଶ୍ରେଣୀ ଯାଏ ଏବଂ ୨ ଜଣ ଶିକ୍ଷକ ରହିଛନ୍ତି । ପଞ୍ଚମ ପରେ ଗାଁ ର ଛାତ୍ରଛାତ୍ରୀଙ୍କୁ ପଢିବାକୁ ଶଗଡ଼ଘାଟକୁ ଆସିବାକୁ ପଡ଼ିଥାଏ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଗଲେ ଟିଟିଲାଗଡ଼ ସହରର ସରକାରୀ ଡାକ୍ତରଖାନା ହିଁ ସାହା ଭରସା ହୋଇଥାଏ । ତେବେ ରାସ୍ତାଘାଟ, ପାନୀୟଜଳ, ସ୍ୱାସ୍ଥ୍ୟ ଆଦି ମୌଳିକ ସମସ୍ୟାରେ ଜର୍ଜରିତଥିବା ଗ୍ରାମବାସୀଙ୍କ ଭରସା ଏବେ ନୂଆ ସରକାର ଉପରେ ଥିବା ଗାଁ ର ସୁବାସ ବିଷୋୟୀ, ପୁଡୁ ପାତ୍ର, ପ୍ରଶାନ୍ତ ପାତ୍ର, ରୂପଧର ବିଷୋୟୀ , ପରମାନନ୍ଦ ବାଗ ପ୍ରମୁଖ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here