ବଲାଙ୍ଗିର ୧୫/୬(ଜେଏନ୍ଏସ୍) ସାଂପ୍ରତିକ ସମୟରେ କର୍କଟ ରୋଗ ଏକ ଉତ୍କଟ ବ୍ୟାଧି ରୂପେ ମଣିଷ ସମାଜକୁ ଭୟ ଗ୍ରସ୍ତ କରିଥିବା ବେଳେ ଅନେକ ମୂଲ୍ୟବାନ ଜୀବନ ଅକାଳରେ ଝଡ଼ିପଡୁଛି। ଏହାର କାରଣ ପରିବର୍ତ୍ତିତ ଜୀବନଶୈଳୀ, ପରିବେଶ, ପ୍ରଦୂଷିତ ଜଳ, ବାୟୁ, ମାଟି, ଖାଦ୍ୟପେୟ ଯୋଗୁଁ ଏପରି ସମସ୍ୟା ଦେଖାଯାଉଛି । ଏହାର କାରଣ ଓ ନିରାକରଣ ପାଇଁ କାର୍ସିନୋଭା କ୍ୟାନ୍ସର ହସପିଟାଲ, କଟକ ଓ ଓଡ଼ିଶା ୟୁନିୟନ୍ ଅଫ ଜର୍ନାଲିଷ୍ଟ (ଓ.ୟୁ.ଜେ.) ବଲାଙ୍ଗିର ଜିଲ୍ଲା ଶାଖାର ମିଳିତ ଉଦ୍ୟମରେ କର୍କଟରୋଗ ସଚେତନତା ଶିବିର ବଲାଙ୍ଗିର ଶାଖା ସଭାପତି ପ୍ରଦୀପ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।





