କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

0
71

ସଇଁତଳା ୧୯/୬(ଜେଏନ୍ଏସ୍) , ବଲାଙ୍ଗିର ଜିଲ୍ଲା ସଇଁତଳା କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ବିବେକାନନ୍ଦ ପାଠାଗାର ପରିସରରେ ନିଃଶୁଳ୍କ ଚକ୍ଷୁପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି । ଆୟୋଜିତ ଶିବିରରେ ମୁଖ୍ୟଅତିଥି ଭାବରେ ସଇଁତଳା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ, ସମ୍ମାନିତ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ରେଞ୍ଜର ଭାସ୍କର ପାଣିଗ୍ରାହୀ, ଓଜେୟୁର ଜିଲ୍ଲା ସଭାପତି ପ୍ରମୋଦ ସେଲମା, କରମତଲା ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ ବାଗ, କନ୍ଦକେଲ ଗାଁ ସରପଞ୍ଚଙ୍କ ପ୍ରତିନିଧି ଟିପେଶ୍ଵର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବଲାଙ୍ଗିର ତ୍ରିଲୋଚନ ନେତ୍ରାଳୟର ଡାକ୍ତର ବ୍ୟାସଦେବ ବେହେରା, ଟଙ୍କଧର କହ୍ନେଇ, ଆଲୋକ ସାହୁ, ରୋବିଲା ଛନ୍ଦ, ସୁମିତି ସୁନା ଓ ଉଷା ପ୍ରଧାନଙ୍କ ସମେତ ଟେକ୍ନିସିଆନ ଓ କର୍ମଚାରୀମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ସଂଘ ସଭାପତି ନାରାୟଣ ସାହୁ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସାମ୍ବାଦିକ ଅଜିତ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଉକ୍ତ ଶିବିରରେ ୧୭୪ ଜଣ ରୋଗୀ ପଞ୍ଜିକରଣ କରିଥିବା ବେଳେ ସେଥିମଧ୍ୟରୁ ୪୫ ଜଣ ରୋଗୀଙ୍କୁ ଅପରେସନ ପାଇଁ ବଲାଙ୍ଗିର ନେତ୍ରାଳୟକୁ ନିଆଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ରୁଦ୍ରଧର ଦଣ୍ଡସେନା, ଚନ୍ଦ୍ରଭାନୁ ପ୍ରଧାନ, ଲକ୍ଷ୍ମୀକାନ୍ତ ସାହୁ, ରଞ୍ଜନ ବାଗ, ସୁଶାନ୍ତ ମେହେର, ଅଶ୍ୱିନୀ ସାହୁ, ରାମନାରାୟଣ ବାଗ ପ୍ରମୁଖ ଉପସ୍ଥିତ ଥିଲେ। 

LEAVE A REPLY

Please enter your comment!
Please enter your name here