ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଯୁକ୍ତତିନି ଓ ପିଜି ପରୀକ୍ଷାଫଳ ପ୍ରକାଶିତ ; ଯୁକ୍ତତିନିରେ ପାର୍ଥପ୍ରତିମ, ପିଜିରେ ଅଭିଜିତ ଓ ପାୟଲ ବିଶ୍ୱବିଦ୍ୟାଳୟ ଟପ୍ପର

0
64

ବଲାଙ୍ଗିର,୨୮/୬ (ଜେଏନଏସ), ବଲାଙ୍ଗିର ସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଯୁକ୍ତତିନି ଓ ସ୍ନାତକୋତ୍ତର ପରୀକ୍ଷା ରେଜଲ୍ଟ ପ୍ରକାଶିତ ହୋଇଛି । ଯୁକ୍ତତିନିରେ ହାରାହାରି ପାସହାର ମାତ୍ର ୫୫.୮୧% ରହିଥିବା ବେଳେ ପିଜିରେ ୮୧.୬୨% ପାସହାର ରହିଛି । ବଲାଙ୍ଗିର ଓ ସୋନପୁର ଜିଲ୍ଲାର ମୋଟ ୬୦ଟି ଡିଗ୍ରୀକଲେଜର ଯୁକ୍ତତିନିରେ ୭୨୫୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୪୦୪୮ଜଣ ପାସ କରିଛନ୍ତି । ଯୁକ୍ତତିନି କଳାରେ ମୋଟ ୫୩୯୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୨୯୫୩ଜଣ (୫୪.୭୮%), ବିଜ୍ଞାନରେ ମୋଟ ୧୨୬୩ଜଣରୁ ୭୬୪ଜଣ(୬୦.୪୯%), ବାଣିଜ୍ୟରେ୪୫୩ଜଣରୁ ୨୫୬ଜଣ(୫୬.୫୧%) ଓ କଳା ପାସରେ ୧୪୬ଜଣରୁ ୭୫ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି ବୋଲି ଜଣାପଡିଛି । ଯୁକ୍ତତିନିରେ ରାଜେନ୍ଦ୍ର ବିଶ୍ୱବବିଦ୍ୟାଳୟ କ୍ୟାମ୍ପସ କଲେଜର କମ୍ପ୍ୟୁଟର ସାଇନ୍ସ ଛାତ୍ର ପାର୍ଥପ୍ରତିମ ଖମାରୀ ୯.୩୧ ସିଜିପିଏ ରଖି ବିଜ୍ଞାନବିଭାଗ ସହ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି । ସେହିପରି ଯୁକ୍ତତିନି କଳାରେ ସଂସ୍କୃତର ଛାତ୍ରୀ ଜ୍ୟୋତିର୍ମୟୀ ପଧାନ(୯.୧୮ ସିଜିପିଏ) ଓ ବାଣିଜ୍ୟରେ ସିଏନସି କଲେଜର ମୁକେଶ ସାହୁ(୯.୩୧ ସିଜିପିଏ) ଟପ୍ପର ହୋଇଛନ୍ତି । ସେହିପରି ସ୍ନାତକୋତ୍ତର(ପିଜି) ବିଭାଗରେ ମୋଟ ୩୭୦ଜଣ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୩୦୨ଜଣ (୮୧.୬୨%) ପାସ କରିଛନ୍ତି । କଳାରେ ୨୧୯ଜଣରୁ ୧୮୮ଜଣ(୮୫.୮୪%), ବିଜ୍ଞାନରେ ୧୧୨ଜଣରୁ ୮୯ଜଣ(୭୯.୪୬%),ବାଣିଜ୍ୟରେ ୩୯ଜଣରୁ ୨୫ଜଣ(୬୪.୧୦%) ପାସ କରିଛନ୍ତି । ସେମାନଙ୍କ ମଧ୍ୟରୁ ପିଜିରେ କମ୍ପ୍ୟୁଟର ସାଇନ୍ସ ବିଭାଗର ଅଭିଜିତ ଯୋଷୀ (୯.୫୦ ସିଜିପିଏ) ଓ ଜୁଲୋଜି ବିଭାଗର ପାୟଲ ପଟେଲ (୯.୫୦% ସିଜିପିଏ) ରଖି ବିଜ୍ଞାନ ପିଜି ଓ ବିଶ୍ୱବିଦ୍ୟାଳୟରେ ଯୁଗ୍ମଟପ୍ପର ହୋଇଛନ୍ତି । କଳାବିଭାଗରେ ମଧ୍ୟ ଓଡ଼ିଆ ବିଭାଗର ପୂଜା ସାହୁ(୯.୧୧ ସିଜିପିଏ) ଓ ସଂସ୍କୃତବିଭାଗର ସ୍ମୃତିରେଖା ମିଶ୍ର(୯.୧୧ ସିଜିପିଏ) ରଖି ଯୁଗ୍ମଟପ୍ପର ହୋଇଛନ୍ତି । ବାଣିଜୟ ବିଭାଗରେ ନିବେଦିତା ପଧାନ(୭.୭୮ ସିଜିପିଏ) ରଖି ଟପ୍ପର ହୋଇଥିବା ଜଣାଯାଇଛି । ଆଜି ଦିନ ୧୧ଟାରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ କକ୍ଷରେ ରେଜଲ୍ଟ ପ୍ରକାଶିତ କରାଯାଇଛି । କୁଳପତି ପ୍ରଫେସର ଡ .ଉମାବଲ୍ଲଭ ମହାପାତ୍ର, ବିଶ୍ୱବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ନରେନ୍ଦ୍ରକୁମାର ରାଉତ, ପ୍ରଧ୍ୟାପକ ବିଘ୍ନେଶପ୍ରସାଦ ମିଶ୍ର ପ୍ରମୁଖଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟମୁଖ୍ୟମାନେ ଉପସ୍ଥିତିରେ ଏହି ରେଜଲ୍ଟ ପୁସ୍ତିକାକୁ ଉନ୍ମୋଚନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here