ସଇଁତଳାରେ ବିଜେପି ବିଜେଡି ଗୋଷ୍ଠୀ ସଂଘର୍ଷ… ବିଜେଡି ପକ୍ଷରୁ ଥାନା ଘେରାଉ, ୬ ଗିରଫ

0
63

ସଇଁତଳା,୦୩/୦୭ (ଜେଏନ୍ଏସ୍),  ସଦ୍ୟ ସମାପ୍ତ ହୋଇଥିବା ନିର୍ବାଚନ ପରେ ମଧ୍ୟ ନିର୍ବାଚନୀ ତାତି ସଇଁତଳାରେ ଦେଖିବାକୁ ମିଳିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଉଭୟ ବିଜେପି ବିଜେଡି ଗୋଷ୍ଠୀର ଯୁବକମାନେ ପରସ୍ପରକୁ ଆକ୍ରମଣ କରୁଥିବା ନେଇ ସଇଁତଲା ଥାନାରେ ମାମଲା ରୁଜୁ ହୋଇଛି । ଉଭୟ ଗୋଷ୍ଠୀରୁ ପରସ୍ପର ବିରୋଧରେ ମାମଲା ଦାୟର ହୋଇଥିବା ବେଳେ ବିଜେଡି ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ଥାନା ଘେରାଉ ହୋଇଛି । ସୂଚନା ଅନୁଯାୟୀ ଗତ ମଙ୍ଗଳବାର ସନ୍ଧ୍ୟାରେ ବିଜେଡିକର୍ମୀ ମହେନ୍ଦ୍ର ଭୋଇ ଓ ତାଙ୍କ ସମର୍ଥକ ବଡ଼ମାଳ ନିକଟରେ ଏକ ଢ଼ାବାକୁ ଖାଇବାକୁ ଯାଇଥିଲେ । ସେହିଁ ସମୟରେ ପୂର୍ଵ ଶତ୍ରୁତାକୁ ନେଇ ସେଠାରେ ଥିବା ବିଜେପି ଦଳର ରମେଶ ବସ୍ତିଆ ଓ ତାଙ୍କ କିଛି ସମର୍ଥକଙ୍କ ସହ ବଚସା ଆରମ୍ଭ ହୋଇଥିଲା । ପରେ ଉଭୟ ଗୋଷ୍ଠୀ ହାତାହାତି ହୋଇ ସଇଁତଳା ଥାନାରେ ପରସ୍ପର ବିରୋଧରେ ମାମଲା ରୁଜୁ କରିଥିଲେ । ତେବେ ସ୍ଥାନୀୟ ପୁଲିସ ପକ୍ଷପାକ୍ଷିତା କରୁଥିବା ଅଭିଯୋଗରେ ବିଜେଡି ପକ୍ଷରୁ ଥାନା ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସୂଚନା ପାଇ ବଲାଙ୍ଗିର ଏସ୍.ପି. ଋଷିକେଶ ଖିଲାରୀ, ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର, ଟିଟିଲାଗଡ଼ ଥାନା ଅଧିକାରୀ ଅବନୀ ସାହୁ ପହଞ୍ଚି ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିଛନ୍ତି । ସମସ୍ତ ଦୋଷୀଙ୍କୁ ଗିରଫ କରାଯିବାକୁ ପ୍ରତିଶୁତି ଦେବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିବା ସୂଚନା ମିଳିଛି । ଉଭୟ ପକ୍ଷର ଅଭିଯୋଗ ଭିତ୍ତିରେ ସଇଁତଳା ଥାନାରେ ପୃଥକ ପୃଥକ ୨ଟି ମାମଲା ରୁଜୁ କରାଯିବା ସହ ଉଭୟ ଗୋଷ୍ଠୀର ୬ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ପାଇଁ ସଇଁତଳା ଠାରେ ବ୍ୟାପକ ଫୋର୍ସ ମୃତୟନ କରାଯାଇଛି।

LEAVE A REPLY

Please enter your comment!
Please enter your name here