ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

0
65

ଟିଟିଲାଗଡ଼,୦୭/୦୭(ଜେଏନ୍ଏସ୍), ଟିଟିଲାଗଡ଼ ସହର ନିକଟସ୍ଥ ଟୁପାଉଡାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାମକାନୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସର୍ବେଶ୍ୱର ମହାକୁରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଲେବଡ଼ା ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ ପଦ୍ମଲୋଚନ ତାଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁରିବାହାଲ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିଆରୀ ଯୋଗଦେଇ ଶ୍ରୀ ମହାକୁରଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ବରିଷ୍ଠ ଶିକ୍ଷକ ସୁନୀଲ କୁମାର ଅଗସ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜିତ ସଭାରେରେ ଶିକ୍ଷକ ଅନୀଲ ବେହେରା, ରାଜୁ ପିତ୍ରୋଡା, ବିନୟ ଅଗସ୍ତି, ରଞନ୍ ପଟ୍ଟନାୟକ, ବିଶ୍ୱନାଥ ମେହେର, ମଣ୍ଟୁ ପୁଝାରୀ, ଲୟଧର ରଣା, ମନୋଜ ସଗରିଆ, ଅଞଳୀ ଜାନୀ ପ୍ରମୁଖ ଯୋଗଦେଇ ଶ୍ରୀ ମହାକୁରଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here