ଭାରତ ବିକାଶ ପରିଷଦ ପକ୍ଷରୁ ବୃକ୍ଷରୋପଣ

0
99

ଟିଟିଲାଗଡ଼,୦୭/୦୭(ଜେଏନ୍ଏସ୍),୭୫ ତମ ବନ ମହୋତ୍ସବ ଅବସରରେ ଭାରତ ବିକାଶ ପରିଷଦ ଟିଟିଲାଗଡ ଶାଖା ପକ୍ଷରୁ ଡିଆଟନ ସ୍ଥିତ ଶ୍ରୀ ରବିଶଙ୍କର ବିଦ୍ୟାପୀଠ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ର ସମ୍ପାଦିକା ତଥା ମହିଳା ଓ ବାଳ ସଚିବ ଶ୍ରୀମତି ଗୀତାଞ୍ଜଳି ଭୋଇଙ୍କ ତତ୍ତ୍ୱାବଧାନରେ ବିଭିନ୍ନ କିସମର ୫୦ଟି ବୃକ୍ଷ ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ପରିଷଦର ସଭାପତି ଜୟ ପ୍ରକାଶ ଅଗ୍ରୱାଲଙ୍କ ସହ ଡ. ଛୟାକାନ୍ତ ଷଡ଼ଙ୍ଗୀ, ଡ଼ା. ଘନଶ୍ୟାମ, ପ୍ରମୋଦ ପାଲ, ଅଖିଳ ପଣ୍ଡା, କିଶୋର ମହାପାତ୍ର, ସେବକ ଦାସ, ବ୍ରହ୍ମାନନ୍ଦ ପୁହାଣ, ରତ୍ନାକର ସାହୁ, ବନବିହାରୀ ସାହୁ, ନରୋତ୍ତମ ଦେହୁରୀ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ଆୟୋଜିତ ବାଲ ସଂସ୍କାର ଶିବିରର କୃତ୍ତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here