ପ୍ରଭାବତୀ ପବ୍ଲିକ ସ୍କୁଲ ପକ୍ଷରୁ ବୃକ୍ଷ ରୋପଣ

0
92

ଟିଟିଲାଗଡ,୦୮/୦୭ (ଜେଏନ୍ଏସ୍), ୭୫ ତମ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ସୋମବାର ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲ ପକ୍ଷରୁ ବିଦ୍ୟାଳୟର ଖେଳ ପଡିଆ ଚତୁଃପାର୍ଶ୍ଵରେ ବୃକ୍ଷରୋପଣ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମ ପାଇଁ ଟିଟିଲାଗଡ଼ ରେଞ୍ଜ ଅଫିସରଙ୍କ ଅନୁମୋଦନ କ୍ରମେ ସ୍ଥାନୀୟ ସେଣ୍ଟ୍ରାଲ ନର୍ସରୀ ପକ୍ଷରୁ ୩୦୦ ଚାରା ଯୋଗାଇ ଦିଆଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷା ଡ଼. ସୁନନ୍ଦା ଜତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଏବଂ ଟିଟିଲାଗଡ଼ ରେଞ୍ଜ ଅଫିସର ଶ୍ରୀ ସଚ୍ଚିଦାନନ୍ଦ ସୁବୁଦ୍ଧିଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀ ସୁବୁଦ୍ଧି ବୃକ୍ଷରୋପଣର ପ୍ରକ୍ରିୟା ଏବଂ ପରବର୍ତ୍ତୀ ଯତ୍ନ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବିସ୍ତାରରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଧରିତ୍ରୀ ମହାନ୍ତି, ପିତାମ୍ବର ଶର୍ମା, ନେହା ସିଂ, ଅନୁପମା ଚୌଧୁରୀ, ଶିଖାରାଣି ସାହୁ, ସରୋଜ ଦେବୀ ସିଂ, ଦେବଶ୍ରୀ ମହାପାତ୍ର,  ମୌମିତା ଚୌଧୁରୀ, ସୁରେନ୍ଦ୍ର ଦାଶ, ଭୂପେନ୍ଦ୍ର ଚନ୍ଦ୍ରକାର, ତୁଷାର ରଞ୍ଜନ ଦାସ,  ଅଭିଷେକ ବହିଦାର, ଉଦୟ ଚନ୍ଦ୍ର ମହାପାତ୍ର, ଶାନ୍ତନୁ ଷଡ଼ଙ୍ଗୀ, ଶିବାନନ୍ଦ ମହାପାତ୍ର, ଶତ୍ରୁଘ୍ନ ନାଏକ, ଭି.ଭି ପାଣୀ, ନୀତିନ ଭଟ୍ଟାଚାର୍ଯ୍ୟ, ଧବଳେଶ୍ଵର ଦଳବେହେରା, ଭାସ୍କର ଭୋଇ, ମୁକେଶ ମଲ୍ଲିକ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ।

LEAVE A REPLY

Please enter your comment!
Please enter your name here