ଟିଟିଲାଗଡ଼ ହଜ ଫେରନ୍ତା ତୀର୍ଥଯାତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

0
71

ଟିଟିଲାଗଡ,୦୯/୦୭ (ଜେଏନ୍ଏସ୍), ଟିଟିଲାଗଡ଼ ମୁସଲିମ ସମ୍ପ୍ରଦାୟରୁ ଚଳିତ ବର୍ଷ ୧୧ ଜଣ ମକ୍କାକୁ ପବିତ୍ର ହଜ ଯାତ୍ରା କରିଥିଲେ । ମଙ୍ଗଳବାର ଏହି ହଜ ଯାତ୍ରୀମାନେ ସଫଳତାର ସହ ହଜ ଯାତ୍ରା ସମାପନ କରି ଟିଟିଲାଗଡ଼ ଫେରିଛନ୍ତି । ଏହି ଅବସରରେ ସ୍ଥାନୀୟ ମୁସଲିମ ଜମାତ ଦ୍ଵାରା ସମସ୍ତ ହଜ ତୀର୍ଥ ଯାତ୍ରୀଙ୍କୁ ରେଳ ଷ୍ଟେସନ ଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିସହ ସେମାନଙ୍କ ଏହି ପବିତ୍ର ଯାତ୍ରାର ଉଦଯାପନ ଓ ଆଶୀର୍ବାଦ ପ୍ରାପ୍ତି ପାଇଁ ମୁସଲିମ ସମାଜ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।

ହଜ ଫେରନ୍ତା ତୀର୍ଥଯାତ୍ରୀଙ୍କ ମଧ୍ୟରେ ଆଇନଜିବୀ ଏମ୍. ଡି. ମୁମତାଜ ଖାନ, ସଲ୍ମା ଖାନ, ମୁସ୍ତାକ ଖାନ, ଏ ଜୌହର, ଏମ୍. ସୁଲତାନା, ଏଲ୍ ଖାନ, ଏସ୍. ନିଗାର, ଏ. ଜଦ୍ଧାର ଓ ଜମିଲା ଖାତୁନ ପ୍ରମୁଖ ରହିଥିଲେ । ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଏମ୍. ଡି. ଅବାସ ଖାନ, ଇ. ଆର୍. ଅସଫାକ ଖାନ, ଅହମଦ ଅଲ୍ଲୀ, ନାଜ୍ ପରବିନ, ଆୟେଶା ଖାନ ପ୍ରମୁଖଙ୍କ ସହ ବହୁ ମୁସଲମାନ ମହିଳା ଓ ପୁରୁଷ ଉପସ୍ଥିତ ରହି ସେମାନଙ୍କ ଆଶୀର୍ବାଦ ପ୍ରାପ୍ତ କରିଥିଲେ । 

LEAVE A REPLY

Please enter your comment!
Please enter your name here