ଜମି କେଳେଙ୍କାରୀ ଅଭିଯୋଗ : ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦେଶ

0
88

ଟିଟିଲାଗଡ଼,୦୯/୦୭ (ଜେଏନ୍ଏସ୍), ଟିଟିଲାଗଡ଼ ତହସିଲ ଅଞ୍ଚଳରେ ଜମି କେଳେଙ୍କାରୀ ନେଇ ଅଭିଯୋଗ ହୋଇଛି । ବିଭିନ୍ନ ସରକାରୀ ଉନ୍ନୟନ ଯୋଜନା ଅନ୍ତର୍ଗତ ଜମି ଅଭାବ ରହୁଥିବା ବେଳେ ଏକର ଏକର ଜମି କିଛି ମୃଷ୍ଟିମେୟ ଲୋକଙ୍କ ଦଖଲରେ ରହି ଆସିଛି । ସ୍ଥାୟୀ ବାସିନ୍ଦାଙ୍କ ଜମିର ପଟ୍ଟା ନ ଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଯୋଗ୍ୟ ହିତାଧୀକାରୀ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି । ଟିଟିଲାଗଡ଼ ତହସିଲ ଅନ୍ତର୍ଗତ କୁଶକେଲା ଗ୍ରାମର ୬୮ ଜଣ ଗରିବ ଭୁମୀହୀନ ପରିବାରଙ୍କୁ ସରକାରୀ ଯୋଜନାରେ ଚାଷ କାର୍ଯ୍ୟ ପାଇଁ ୧୦୨ ଏକର ଜମି ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ଦୀର୍ଘ ୨୯ ବର୍ଷ ପରେ ମଧ୍ୟ ଜମିର କୌଣସି ପତ୍ତା ମିଳୁନଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ପ୍ରଶାସନ ନିକଟରେ ଗୁହାରି କରି ନୟାନ୍ତ ହେବାପରେ ଶେଷରେ ଅଭିଯୋଗ କାରୀ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଦପ୍ତରରେ ପହଞ୍ଚିଛନ୍ତି । ସେହିପରି ନାରେନ ଗ୍ରାମର ପ୍ରାୟ ୧୨ ଏକର ଗୋଚର ଜମି ଜେସିବି ଲଗାଇ ଅକ୍ତିଆର ଚାଲିଥିବା ଅଭିଯୋଗ ହୋଇଛି । ଗ୍ରାମବାସୀମାନେ ମଙ୍ଗଳବାର ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ଉପଜିଲ୍ଲାପାଳ ରେହାନ ଖତ୍ରୀ ତଦନ୍ତ ପାଇଁ ଆଦେଶ ଦେଇଥିବା ସୂଚନା ମିଳିଛି । 

LEAVE A REPLY

Please enter your comment!
Please enter your name here