ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଗଣମାଧ୍ୟମ ସରକାରଙ୍କ ଆଖି ଓ କାନ ହୋଇଥାଏ : କନକବର୍ଦ୍ଧନ ସିଂଦେଓ

0
68

ବଲାଙ୍ଗିର,୧୧/୦୭(ଜେଏନ୍ଏସ୍), ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ହିଁ ସରକାରଙ୍କ ଆଖି ଓ କାନ ହୋଇଥାଏ । ଗଣମାଧ୍ୟମ ସରକାରଙ୍କ କାର୍ଯ୍ୟକଳାପକୁ ତିକ୍ଷ୍ଣନଜର ରଖିଥାଏ ଓ ତୃଟିବିଚ୍ୟୁତି ହେଲେ ଲୋକଲୋଚନକୁ ଆଣିଥାଏ । ସେହି କାରଣରୁ ସରକାର ମଧ୍ୟ ସଚେତନ ହୋଇଥାନ୍ତି । ତେଣୁ ଜିଲ୍ଲା ତଥା ରାଜ୍ୟର ବିକାଶରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି । ସେ ରାଜନୀତି କଲାଦିନଠାରୁ ବଲାଙ୍ଗିର ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧିମାନେ ସାଙ୍ଗରେ ରହିଆସିଛନ୍ତି ଓ ଆଗକୁ ମଧ୍ୟ ବଲାଙ୍ଗୀର ଜିଲ୍ଲାର ଓ ରାଜ୍ୟର ବିକାଶରେ ସହାୟକ ହେବେ ବୋଲି କହିଥିଲେ । ଏବେ ରାଜ୍ୟ ସରକାର ଜିଲ୍ଲାମାନଙ୍କର ସାମଗ୍ରୀକ ବିକାଶକୁ ଗୁରୁତ୍ୱ ଦେଉଛନ୍ତି । ଜିଲ୍ଲାମାନଙ୍କର ବିକାଶରେ ରାଜ୍ୟର ବିକାଶ ହେବ ଓ ରାଜ୍ୟର ବିକାଶ ହେଲେ ଦେଶର ମଧ୍ୟ ବିକାଶ ହେବ ବୋଲି ଆଜି ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ପାଟଣାଗଡ଼ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଓ ସାଂସଦ ସଂଗୀତାକୁମାରୀ ସିଂଦେଓଙ୍କୁ ସଂବର୍ଦ୍ଧନା ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ମତବ୍ୟକ୍ତ କରିଛନ୍ତି । ସେହିପରି ସାଂସଦ ସଂଗୀତାକୁମାରୀ ସିଂଦେଓ ତାଙ୍କ ବକ୍ତବ୍ୟରେ ଜିଲ୍ଲାର ସମସ୍ୟାକୁ ପାର୍ଲାମେଣ୍ଟରେ ଉପସ୍ଥାପନ କରିବା ସହିତ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ଅବଗତ କରି ସମାଧାନ କରିବାକୁ ଚେଷ୍ଟିତ ଅଛନ୍ତି ବୋଲି କହିଥିଲେ । ଲୋକମାନେ ଉଭୟ କେନ୍ଦ୍ରରେ ଓ ରାଜ୍ୟରେ ଭାଜପାକୁ ବହୁମତ ଦେଇ ସରକାର ଗଢିବାକୁ ସୁଯୋଗ ଦେଇଥିବାରୁ ଲୋକଙ୍କୁ ସାଂସଦ ଧନ୍ୟବାଦ ଜଣାଇବା ସହିତ ତାଙ୍କର ଦାୟୀତ୍ୱ ଆହୁରି ବଢିଯାଇଛି ବୋଲି କହିଥିଲେ । ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶିବପ୍ରସାଦ ପରିଡ଼ାଙ୍କ ସଭାପତିତ୍ୱ ଓ ବରିଷ୍ଠ ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ସମ୍ମାନୀତ ଅତିଥି ଭାବରେ ବଲାଙ୍ଗିର ସାଂସଦ ସଂଗୀତାକୁମାରୀ ସିଂଦେଓ ଯୋଗଦେଇଥିଲେ । ସଂଘର ବରିଷ୍ଠସଦସ୍ୟ ଗୋପବନ୍ଧୁ ଶତପଥି ଓ ନବୀନ ପଶାୟତ ଉଭୟ ଅତିଥିଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ମେମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସାମ୍ବାଦିକ ବୀରେନ୍ଦ୍ରକୁମାର ଝାଙ୍କର ଅତିଥିପରିଚୟ ପ୍ରଦାନ କରିଥିବା ବେଳେ ସଂଘର ସାଧାରଣ ସଂପାଦକ ଶିଶିରକୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନାଗରିକ କମିଟି, ବରିଷ୍ଠନାଗରିକ ମଞ୍ଚ, ଏଲଆଇସି କର୍ମଚାରୀ ସଂଘ ସମେତ ଅନ୍ୟାନ୍ୟ ବହୁଗୁଡ଼ିଏ ସଂଗଠନ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଓ ସାଂସଦ ସଂଗୀତାକୁମାରୀ ସିଂଦେଓଙ୍କ ସଂମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ସାମ୍ବାଦିକ ଦିଲିପ ପୁରୋହିତ, ସୁଧିର ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଶରତ ମିଶ୍ର, ଶରତ ମହାକୁର, ଚିତ୍ତରଂଜନ ମିଶ୍ର, ସୁନିଳ ମହାନ୍ତି, ଚନ୍ଦ୍ରଭାନୁ ମୋଲାନା, ରଂଜିତ ବେହେରା, ପ୍ରଦୀପ୍ତ ମିଶ୍ର, ଋତୁରାଜ ସିଂ, ଅଭୟ ତ୍ରୀପାଠୀ, ସଂଜୟ ବେହେରା, ଅଶୋକ ତ୍ରୀପାଠୀ, ଭାଜପାଦଳର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ନିଭୃତିକୁମାରୀ ସିଂଦେଓ, ଗୋପାଳଜୀ ପାଣିଗ୍ରାହୀ, ଅନନ୍ତ ଦାସ, କର୍ତ୍ତାର ସିଂ କୁମ୍ଭାର, ଗିରିଶ ସିଂଦେଓ ପ୍ରମୁଖଙ୍କ ସମେତ ବହୁବୁଦ୍ଧିଜୀବି ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here