ଟିଟିଲାଗଡ଼ ବିଧାୟକଙ୍କ ଦ୍ଵାରା ଛାତ୍ରଛାତ୍ରୀଙ୍କୁ ପୁସ୍ତକ ବଣ୍ଟନ

0
101

ଟିଟିଲାଗଡ଼,୧୨/୦୭ (ଜେଏନ୍ଏସ୍),  ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଛାତ୍ରଛାତ୍ରୀଙ୍କୁ ଶୁକ୍ରବାର ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ନବୀନ ଜୈନ, ମୁଖ୍ୟ ଅତିଥି ଏବଂ ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ ଓ ବିଦ୍ୟାଳୟ ପରିଚାଳନା ସଭାପତି ଜ୍ୟୋତି ପ୍ରକାଶ ଗଡ଼ତ୍ୟା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଚଳିତ ବର୍ଷ ପ୍ରଥମ ଥର ଶିକ୍ଷା ବିଭାଗ ପକ୍ଷରୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରକୁ ପୁସ୍ତକ ବିତରଣ କରାଯାଇଥିବାରୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ର କୃତଜ୍ଞତା ଜ୍ଞାପନ କରିଥିଲେ । ଅତିଥିବୃନ୍ଦ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ବଣ୍ଟନ କରିବା ସହ ପରିବେଶ ସନ୍ତୁଳନ ପାଇଁ ବୃକ୍ଷରୋପଣ କରିବାକୁ ସଚେତନ କରିଥିଲେ । ଏହି ଅବସରରେ ବିଦ୍ୟାଳୟକୁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ନ ଥିବା ଦେଖି ବିଧାୟକ ଶ୍ରୀ ଜୈନ ଅସନ୍ତୋଷ ପ୍ରକାଶ କରିବାସହ ୪ ଦିନ ମଧ୍ୟରେ ପାନୀୟ ଜଳ ଯୋଗାଣ ସଂଯୋଗ କରିବାକୁ ପ୍ରତିଶୁତି ଦେଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here