ଶ୍ରମକାର୍ଡ ନାଁ ରେ ଠକେଇ ଅଭିଯୋଗ ଜେଲ ଗଲେ ନକଲି ଅଧିକାରୀ

0
195

ସଇଁତଳା,୧୪/୦୭ (ଜେଏନ୍ଏସ୍), ସଇଁତଳା ଥାନା ଅନ୍ତର୍ଗତ ବୁଢାବାହାଲ ଗ୍ରାମରେ ନିଜକୁ ବଲାଙ୍ଗିର ଶ୍ରମ ବିଭାଗର ଜଣେ ଅଧିକାରୀ ଭାବରେ ପରିଚୟ ଦେଇ ନକଲି ଶ୍ରମ କାର୍ଡ ଯୋଗାଇ ଲୋକଙ୍କ ଠାରୁ ଟଙ୍କା ଅସୁଲ କରୁଥିବା ଅଭିଯୋଗରେ ସଇଁତଳା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ସୂଚନା ଅନୁଯାୟୀ ସିନ୍ଧେକେଲା ଥାନା ଅନ୍ତର୍ଗତ ପୂଟାପଡ଼ା ଗ୍ରାମ ନିବାସୀ ଦିବାକର ବଛା (୨୫) ଜିଲ୍ଲା ଶ୍ରମ ବିଭାଗରେ କାର୍ଯ୍ୟରତ ଅଧିକାରୀ ଭାବରେ ନିଜ ପରିଚୟ ଦେଇ ବୁଢାବାହାଲ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ପରିଚୟ ପତ୍ର ନିର୍ମାଣ ପାଇଁ ଶ୍ରମିକଙ୍କ ଠାରୁ ଆଧାରକାର୍ଡ, ବ୍ୟାଙ୍କ ପାସବୁକ୍ ଆଦି ସଂଗ୍ରହ କରି ବା ସହ ଜଣ ପିଛା ହଜାରେ ଟଙ୍କା ଆଦାୟ କରିଥିଲା ।ଏପରିକି କିଛି ଗ୍ରାମବାସୀଙ୍କୁ ନକଲି ଶ୍ରମ କାର୍ଡ ମଧ୍ୟ ଦେଇଥିଲା । ତେବେ ଗ୍ରାମର କିଛି ଶିକ୍ଷିତ ଯୁବକ ସନ୍ଦେହ ପ୍ରକାଶ କରି ଜିଲ୍ଲା ଶ୍ରମ ବିଭାଗ ଓ ପୁଲିସକୁ ସୂଚନା ଦେଇଥିଲେ । ସଇଁତଳା ପୁଲିସ ତଦନ୍ତରୁ ଏହା ଠକେଇ ବୋଲି ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା । ଘଟଣାକୁ ନେଇ ସଇଁତଳା ଥାନାରେ ଏକ ମାମଲା ରୁଜୁ ହେବାସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here