ସପ୍ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ, ବିଭିନ୍ନ ଉନ୍ନୟନ ମୂଳକ ପାଇଁ ପ୍ରସ୍ତାବ

0
73

ବଲାଙ୍ଗିର,(ଜେଏନ୍ଏସ୍),୧୬/୦୭: ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁଙ୍କ ଅଧ୍ୟକ୍ଷତାରେ ସପ୍ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଏହି ସଭାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା ହେଇଥିଲା । ପୂର୍ବ ବୈଠକର ଦୃଢିକରଣ, ଗ୍ରାମ ପାନୀୟ ଜଳ ଯୋଗାଣ ଏବଂ ପରିମଳ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି, ପ୍ରାଥମିକ ଶିକ୍ଷା ଓ ଗଣ ଶିକ୍ଷା, ଜଳସେଚନ , ମତ୍ସ ଓ ପଶୁ ସମ୍ପଦ, ଗ୍ରାମ୍ୟ ଉନୟନ, ଜାତୀୟ ରାଜପଥ, ଶ୍ରମ, କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ କମିଶନ ଓ ରାଜ୍ୟ ପଞ୍ଚମ ଅର୍ଥ କମିଶନ, ପୁର୍ତ୍ତ ବିଭାଗ ଆଦି ବିଷୟରେ ଗୃହକୁ ଅଧିକାରୀ ମାନେ ସୂଚନା ଦେଇଥିଲେ । ପରିଷଦର ସମସ୍ତ ମନୋନୀତ ପ୍ରତିନିଧି ବୈଠକରେ ପଚାରିଥିବା ପ୍ରଶ୍ନମାନଙ୍କର ଉତ୍ତର ରଖିଥିଲେ ବିଭାଗୀୟ କତୃପକ୍ଷ । ପାନୀୟ ଜଳ ସମ୍ବନ୍ଧରେ ଆସିଥିବା ଅଭିଯୋଗ ଗୁଡ଼ିକର ସମାଧାନ ତଥା ନୂଆ ସଂକଳ୍ପ ବିଷୟରେ ଆଲୋଚନା ହେଇଥିଲା । ଏଥିରେ କୌଣସି ବ୍ୟାଘାତ ଘଟିଲେ ୧୯୧୬ ନିଶୁଳ୍କ ନମ୍ବରରେ କଥା ହେଇ ଅଭିଯୋଗ ଗୁଡ଼ିକ ସମାଧାନ କରିହେବ ବୋଲି ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗ କତୃପକ୍ଷ କହିଥିଲେ । ମେଡିକାଲରେ ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫ ଅଭାବ, ଗୁଡ଼ଭେଲା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ମେସିନ ଅଚଳକୁ ଯଥା ଶୀଘ୍ର ସମାଧାନ ପାଇଁ ମୁଖ୍ୟ ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ସ୍କୁଲମାନଙ୍କରେ ପୁସ୍ତକ ତଥା ଖାଦ୍ୟ ଗୁଣବତ୍ତାକୁ ନେଇ ଗୃହରେ ପ୍ରତିନିଧିମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଶିକ୍ଷକ ଅଭାବକୁ ଖୁବ ଶୀଘ୍ର ସରକାରଙ୍କ ଦ୍ଵାରା ପୂରଣ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଗୃହକୁ ସୂଚନା ଦେଇଥିଲେ । ସେହି ଭଳି ରାସ୍ତା ଅଧପନ୍ତରିଆ, ତଥା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ କାମ ଯଥା ଶୀଘ୍ର ସାରିବାକୁ ଗୃହ କହିଥିଲା । ରାସ୍ତା ଓ ପୂର୍ତ୍ତ ବିଭାଗ ଦ୍ଵାରା ହୋଇଥିବା ଅନେକ କାର୍ଯ୍ୟ ପ୍ରଶଂସିତ ହେଇଥିଲା । ନୂତନ ମେଡିକାଲ କୋଠାକୁ ମେଡିସିନ ୱାର୍ଡକୁ ପରେ ଅନ୍ୟ ୱାର୍ଡଗୁଡିକୁ ଯଥାଶୀଘ୍ର ସ୍ଥାନାନ୍ତର ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି କିଡ଼ନି ରୋଗ ପାଇଁ ଜିଲ୍ଲାରେ ଡାଇଲେସିସ ବ୍ୟବସ୍ତା କରାଯିବାକୁ ଗୃହରେ ମତ ପ୍ରକାଶ ପାଇଥିଲା ।

ସେହିପରି ଜିଲ୍ଲାରେ ମୁଖ୍ୟ ସ୍ଥାନଗୁଡିକରେ ଏଲଇଡି ୱାଲ ମାଧ୍ୟମରେ ସକାଳ ୮ ରୁ ସନ୍ଧ୍ୟା ୮ ଯାଏଁ ବିଭିନ୍ନ କୃଷି ସୂଚନା ପ୍ରଦର୍ଶିତ କରାଯିବ । ସେହିପରି କୃଷି ବୀମା ସମୟସୀମା ଚାଷୀଙ୍କୁ ଜଣେଇବାକୁ ଏବଂ ବିତରଣ ହେଉଥିବା ମଞ୍ଜି ଅନୁନ୍ନତ ମାନର ହେଲେ ସମ୍ପୃକ୍ତ ସଂସ୍ଥା ପ୍ରତି ପଦକ୍ଷେପ ନେବାକୁ ପ୍ରତିନିଧି ମାନେ କହିଥିଲେ । ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ମାନ୍ୟବର ସ୍ଵାସ୍ଥ୍ୟ ମନ୍ତ୍ରୀ ତଥା ଲୋଇସିଂହା ବିଧାୟକ ଡ଼.ମୁକେଶ ମାହାଲିଙ୍ଗ, ମାନ୍ୟବର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂ ଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି , କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ, ବଲାଙ୍ଗିର ବିଧାୟକ ଶ୍ରୀ କଳିକେଶ ନାରାୟଣ ସିଂ ଦେଓ, ଟିଟିଲାଗଡ଼ ବିଧାୟକ ଶ୍ରୀ ନବୀନ ଜୈନଙ୍କ ସହ ସମସ୍ତ ଜିଲ୍ଲାପରିଷଦ ସଭ୍ୟ ଉପସ୍ଥିତ ଥିଲେ । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଗୌରୱ ଶିୱାଜୀ ଇସଲୱାରଙ୍କ, ଜିଲ୍ଲା ପରିଷଦର ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଭାତ କୁମାର ମହାପାତ୍ର , ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖେତ୍ରୀ, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ପାଟଣାଗଡ଼ ଉପଜିଲ୍ଲାପାଳ ଅମିତ ନାୟକ ତଥା ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ସଭା ରେ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here