ସଇଁତଳାରେ ବିଜେପିର ବନ୍ଧୁ ମିଳନ

0
100

ସଇଁତଳା,୧୭/୦୭(ଜେଏନ୍ଏସ୍):ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଇଁତଳା ନାରୀକଟା ଠାରେ ସ୍ଥାନୀୟ ବିଜେପି ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ବିଜେପି ନେତା ଡୋଳାମଣି ବସ୍ତିଆଙ୍କ ସଭାପତିତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ନେତା ହନିପ ମହମ୍ମଦ, ପ୍ରକାଶ ଗହିର, ଦର୍ଶନ ପଧାନ, ବଚୁ ସିଂ ବାବୁ, ହେମକାନ୍ତ ମୁନା, ଅକ୍ଷୟ ରଣା, କୈଳାଶ ରଣା, ତୃତୀୟା ପଧାନ, ସୁପେତ ବାଗ ଓ ଗୋବର୍ଦ୍ଧନ ତ୍ରୀପାଠି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉପସ୍ଥିତ କର୍ମୀଙ୍କୁ ଉତ୍ସାହିତ କରିଥିଲେ । ବିଗତ ସାଧାରଣ ନିର୍ବାଚନରେ ସ୍ଥାନୀୟ କର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠାପର ଉଦ୍ୟମ ଯୋଗୁଁ ଦଳ ବିଜୟୀ ହୋଇପାରି ଥିବା ଯୋଗୁଁ କର୍ମୀଙ୍କୁ ଶ୍ରୀ ବସ୍ତିଆ କୃତଜ୍ଞତା ଜ୍ଞାପନ କରିଥିଲେ । ଆଗାମୀ ଦିନରେ ତୃଣମୂଳ ସ୍ତରରେ ସଙ୍ଗଠନକୁ ଆହୁରି ମଜବୁତ କରିବା ସହ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ନେଇ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ଦଳୀୟ କର୍ମୀ ଯୋଗଦେଇଥିଲେ । 

LEAVE A REPLY

Please enter your comment!
Please enter your name here