ତେରାପନ୍ଥ ମହିଳା ମଣ୍ଡଳ ପକ୍ଷରୁ “ଏକ କଦମ ସ୍ୱାବଲମ୍ବନ କି ୱର” କାର୍ଯ୍ୟକ୍ରମ

0
140

ଟିଟିଲାଗଡ଼,୧୮/୦୭ (ଜେଏନ୍ଏସ୍) : ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ତେରାପନ୍ଥ ମହିଳା ମଣ୍ଡଳ ପକ୍ଷରୁ “ଏକ କଦମ ସ୍ଵାବଲମ୍ବନ କି ୱର”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ପୌର ପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଉପସ୍ଥିତ ମହିଳାଙ୍କୁ ଉତ୍ସାହିତ କରିଥିଲେ । ଅଖିଳ ଭାରତୀୟ ମହିଳା ମଣ୍ଡଳ ନିର୍ଦ୍ଦେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିଳାଙ୍କୁ ସ୍ୱାବଲମ୍ବନ ତଥା ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ବିଭିନ୍ନ ବ୍ୟଞ୍ଜନର ଖାଦ୍ୟ ସାମଗ୍ରୀ, ଘରୋଇ ଉପକରଣ ଓ କଳା ସାମଗ୍ରୀର ଷ୍ଟଲ୍ ଲଗାଯାଇଥିଲା । ମହିଳା ମଣ୍ଡଳ ଅଧ୍ୟକ୍ଷା ବବିତା ଜୈନ, ସଚିବ ଦୀପିକା ଜୈନ, ଉପାଧ୍ୟକ୍ଷ ଭାବନା ଜୈନ, କୋଷାଧ୍ୟକ୍ଷ ପୂଜା ଜୈନ, ବିନ୍ଦିଆ ଜୈନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।କଣ୍ଟାବାଞ୍ଜି, କଟକ ସହ ସ୍ଥାନୀୟ ମହିଳା ମଣ୍ଡଳର ସଦସ୍ୟା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here