ମିଲେଟ ଭିତ୍ତିକ ଜୀବିକା ଉଦ୍ୟୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

0
101

ଟିଟିଲାଗଡ଼,୨୨/୦୭ (ଜେଏନ୍ଏସ୍) : ଟିଟିଲାଗଡ଼ ବ୍ଲକ ଦେଶିଲ ଗ୍ରାମ ସ୍ଥିତ ଆଶା କାର୍ଯ୍ୟାଳୟ ପରିସରରେ ସୋମବାର ମିଲେଟ୍ ଭିତ୍ତିକ ଜୀବିକା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବଲାଙ୍ଗିର ନାବାର୍ଡ ଡି.ଡି.ଏମ୍ ବିବେକ କୁମାର ନାୟକ ମୁଖ୍ୟ ଅତିଥି, ଓଡ଼ିଶା ଜୀବିକା ମିଶନ ସଂଯୋଜକ ଏସ.କେ.କମର ଅଞ୍ଜୁମ୍, ସହକାରୀ ବ୍ଲକ ସଂଯୋଜକ ବିକାଶ ସାହୁ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳିକା ଏସ. ଗନ୍ତାୟତ, ବ୍ୟାଙ୍କ କ୍ଷେତ୍ର ଅଧିକାରୀ ଜୟ କୃଷ୍ଣ ବେହେରା, ଆଶା ଅନୁଷ୍ଠାନର ସଂଯୋଜକ ସଂଜୀବ କୁମାର ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ଷୁଦ୍ର ଶସ୍ୟ ଭିତ୍ତିକ ପ୍ରକ୍ରିୟାକରଣ, ପ୍ରସ୍ତୁତି ଯଥା ମିକ୍ସଚର ତିଆରି, ଲଡୁ, ବିସ୍କୁଟ, ମାଲପୁଆ, ଜିଲାପି ମାଣ୍ଡିଆ ରସଗୁଲା, ମାଣ୍ଡିଆ ଚୂନ୍ନା, ଗୁରଜ୍ଜି ଚାଉଳ, କଦୋ ଚାଉଳ, ସର୍ଗମ ପାଉଡର, ବାଜରା ପାଉଡର, ଇତ୍ୟାଦି ପ୍ରସ୍ତୁତକରି ଆତ୍ମନିର୍ଭରଶୀଳ ହେବା ନେଇ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଵୟଂ ସହାୟକ ଦଳର ୪୦ ଜଣ ସଦସ୍ୟା ଯୋଗଦେଇଥିଲେ । ତାଲିମଦାତା ଭାବରେ ପ୍ରଦୀପ୍ତ ମଲ୍ଲିକ, ପରମେଶ୍ଵର ରଣା, ମଧୁମିତା ପଟ୍ଟନାୟକ, ସାବିତ୍ରୀ ବିଫୁଲେ ତାଲିମ ଦେଇଥିଲେ ।  ଆଶା ଅନୁଷ୍ଠାନର କର୍ମକର୍ତ୍ତା ଲକ୍ଷ୍ମୀରାଜ ସାହୁ, ବିନୟ ମହାପାତ୍ର, ପୀତାମ୍ବର କୁମ୍ଭାର, ମାନସ ପଟ୍ଟନାୟକ, ଗୋଲାପ ସାହୁ,ସରୋଜ ସାହୁ, ଦିଲେଶ ବାଗ, ପ୍ରକାଶ ଉପାଧ୍ଯାୟ, ଗୁପ୍ତେଶ୍ଵର ମାଝି, ସମ୍ଭୁ ବେନିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ।

LEAVE A REPLY

Please enter your comment!
Please enter your name here