ଟିଟିଲାଗଡ଼ ରୁ ଦୁବାଇକୁ ପନିପରିବା ରପ୍ତାନୀ

0
142

ଟିଟିଲାଗଡ଼,୨୮/୦୭(ଜେଏନ୍ଏସ୍): ଓଡିଶା ସରକାରଙ୍କ ଉଦ୍ୟାନ ବିଭାଗ, କୃଷି ବିଭାଗ, ନାବାର୍ଡ, ଓରମାସ୍ ଏବଂ ପାଲାଡିୟମ ଓ ଆପୋଡା ର ମିଳିତ ସହାୟତାରେ ରବିବାର ଟିଟିଲାଗଡ଼ ରୁ ଦୁବାଇ କୁ ପରିବାର ରପ୍ତାନି ହୋଇଛି ।ଅଞ୍ଚଳର ଚାଷିଙ୍କ ପନିପରିବା ବିଦେଶ ଯାଇଥିବାରୁ ଚାଷୀ ମହଲରେ ଆନନ୍ଦ ପ୍ରକାଶ ପାଇଛି । ଅଞ୍ଚଳର ଚାଷୀମାନଙ୍କ ଠାରୁ କୃଷକ ଉତ୍ପାଦକ କମ୍ପାନୀ ଉନ୍ଦେର, ଯାଡେ଼ନ ଦ୍ଵାରା ବିଭିନ୍ନ ପ୍ରକାର ପନିପରିବା ତଥା କଲରା, ଭେଣ୍ଡି, କୁନ୍ଦୁରୁ, ପୋଟଳ ଆଦି ୧୦ କ୍ଵିଣ୍ଟାଲ ସଠିକ ମୂଲ୍ୟରେ କ୍ରୟ କରାଯାଇ ଏକ ପିକ୍ଅପ୍ ଭେନ୍ ଯୋଗେ ଭୁବନେଶ୍ଵରକୁ ପଠାଯାଇଥିଲା । ସେଠାରୁ ବିମାନ ଯୋଗେ ପନିପରିବାକୁ ଦୁବାଇ ପଠାଯାଇଛି । ଟିଟିଲାଗଡ଼ରୁ ରପ୍ତାନି ହେଉଥିବା ପରିବା ବୋଝେଇ ଭେନ୍ କୁ ଓର୍ ମାସ୍ କମଲେନ୍ଦୁ ପାଲ, ଦିବାରୋଜି, ସୁନୀଲ କୁମାର୍ ମାଝି ଏବଂ ଆଶା ଅନୁସ୍ଥାନର ସଂଯୋଜକ ସଂଜୀବ କୁମାର ପଟ୍ଟନାୟକ, ଯାଡ଼େନ କୃଷକ ଉତ୍ପାଦକ କମ୍ପାନୀର ଅଧକ୍ଷ୍ୟା ମଧୁମିତା ପଟ୍ଟନାୟକ ତଥା କମ୍ପାନୀର ନିର୍ଦେଶକ ଚାଷୀଙ୍କ ଉପସ୍ଥିତିରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଳଶକ୍ତି କୃଷକ ଉତ୍ପାଦକ କମ୍ପାନୀ ସିଇଓ ପରମେଶ୍ୱର ରଣା, ଟିଟିଲାଗଡ଼ କୃଷକ ଉତ୍ପାଦକ କମ୍ପାନୀ, ଉତ୍କଳଜ୍ୟୋତି କୃଷକ ଉତ୍ପାଦକ କମ୍ପାନୀ, ସକ୍ଷମ୍ କୃଷକ ଉତ୍ପାଦକ କମ୍ପାନୀ ତଥା ଆଶା ଅନୁସ୍ଥାନର କର୍ମକର୍ତ୍ତା ପ୍ରଦୀପ୍ତ ମଲ୍ଲିକ, ବିନୟ ମହାପାତ୍ର, ଶମ୍ଭୁ ବେନିଆ, ପିତାମ୍ବର କୁମ୍ଭାର, ସରୋଜ ସାହୁ, ଦିଲେସ ବାଗ, ଗୋଲପ ନାଏକ, ଲକ୍ଷ୍ମିରାଜ୍ ସାହୁ ଓ ପାୟଲ ମହାକୁର ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here