ବିଷକ୍ରିୟାରେ ମହିଳାଙ୍କ ମୃତ୍ୟୁ

0
85

ଟିଟିଲାଗଡ଼,୨୮/୦୭(ଜେଏନ୍ଏସ୍): ଟିଟିଲାଗଡ଼ ଥାନା ଅନ୍ତର୍ଗତ ଡୁଙ୍ଗୁରିଗୁଡ଼ା ଗ୍ରାମ ନିବାସୀ ଶମ୍ଭୁ ଭୋଇଙ୍କ ଧର୍ମ ପତ୍ନୀ ସୁଧା ଭୋଇ(୩୨)ଙ୍କ ବିଷ କ୍ରିୟା ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ଟିଟିଲାଗଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଶମ୍ଭୁ ନିତିଦିନ ପରି ତାଙ୍କ ବିଲରୁ ଘରକୁ ଅପରାହ୍ନରେ ଫେରିଥିବା ବେଳେ ସୁଧା ଗୁରୁତର ଥିବା ଓ ତାଙ୍କ ପାଟିରୁ ଫେଣ ବାହାରୁଥିବା ଦେଖି ପରିବାର ସଦସ୍ୟଙ୍କ ସହାୟତାରେ ଟିଟିଲାଗଡ଼ ଡାକ୍ତରଖାନାକୁ ଆଣିଥିଲେ । ତେବେ ସଙ୍ଗେ ସଙ୍ଗେ ତାଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା । ସୂଚନା ପାଇ ସ୍ଥାନୀୟ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ ପରେ ବ୍ୟବଚ୍ଛେଦ କରାଇଛି । ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ପୁଲିସ ସୁଚନା ଦେଇଛି ।

LEAVE A REPLY

Please enter your comment!
Please enter your name here