ଡିଏଭି କଲେଜ ରେ ନୂତନ ଛାତ୍ରଛାତ୍ରୀଙ୍କ ଆଗମନ ସଭା

0
160

ଟିଟିଲାଗଡ଼, ୦୧/୦୮ (ଜେଏନ୍ଏସ୍) : ଚଳିତ ଶିକ୍ଷାବର୍ଷରେ ନୂତନ ଭାବରେ କଲେଜକୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ନେଇ ଗୁରୁବାର କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ଆଗମନ ସଭା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ କଲେଜ ଅଧ୍ୟକ୍ଷ ଡ଼କ୍ଟର ପ୍ରଣବ କିଶୋର ପୁରୋହିତ ଏବଂ ଯୁକ୍ତ ଦୁଇ ଅଧ୍ୟକ୍ଷ ବିଧାନ ଚନ୍ଦ୍ର ମିଶ୍ର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ କରିବା ସହ କଲେଜର ମାର୍ଗଦର୍ଶିକା ଓ ନିୟମାବଳୀ ସମ୍ଵନ୍ଧରେ ଅବଗତ କରାଇଥିଲେ । କଲେଜ ପରିସରରେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ବିନା ଦ୍ୱିଧାରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିଲେ ।

LEAVE A REPLY

Please enter your comment!
Please enter your name here