ଜାଳେଣି ଗ୍ୟାସ ବିସ୍ଫୋଟରେ ମହିଳା ଗୁରୁତର

0
118

ଟିଟିଲାଗଡ଼,୦୨/୦୮ (ଜେଏନ୍ଏସ୍) : ଟିଟିଲାଗଡ଼ ବ୍ଲକ ଦିଗସିରା ଗ୍ରାମରେ ଆଜି ସକାଳୁ ଏକ ଅଘଟଣ ଘଟିଛି । ଜାଳେଣି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ମହିଳା ପୋଡ଼ି ଗୁରୁତର ହୋଇଛନ୍ତି l ମହିଲା ଜଣକ ଗ୍ରାମର ଲଳିତ ମାଝୀଙ୍କ ପତ୍ନୀ ଲକ୍ଷ୍ମୀ ମାଝୀ (୩୨) ବୋଲି ଜଣାପଡିଛି l ସେ ରୋଷେଇ କରିବା ସମୟରେ ଏଭକି ଘଟଣା ହୋଇଥିବା ଜଣାପଡ଼ିଛି l ତେବେ ସିଲିଣ୍ଡରର ଉପରି ଭାଗରେ ଲାଗିଥିବା ପିତ୍ତଳ ଖୋଲି ଯିବାରୁ ନିଆଁ ଜଳି ବିସ୍ଫୋରଣ ଘଟିଥିଲା । ଫଳସ୍ୱରୁପ୍ ମାଟି ଛପର ଘରେ ଥିବା ସମସ୍ତ ସାମଗ୍ରୀ ଜଳି ପୋଡି ନଷ୍ଟ ହୋଇଯାଇଛି l ମହିଳାଙ୍କୁ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ରହିଥିବା ନେଇ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ସ୍ଥାନାନ୍ତରିତ କରାଯାଇଥିବା ବେଳେ ସେଠାରୁ ପ୍ରଥମେ ବୁର୍ଲା ଓ ପରେ ରାୟପୁର ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here